Latest Odisha News

ଖଟ ଉପରେ ବସିଥିଲା ନାଗ ସାପ, ଫଣା ଟେକି ଫଁ ଫଁ କରୁଥିଲା

କେନ୍ଦ୍ରାପଡ଼ା: ଶୋଇବା ଖଟ ଉପରେ ବସିଥିଲା ନାଗ ସାପ । ଫଣା ଟେକି ରହିଥିଲା । ବିରାଟକାୟ ସାପ । କେତେବେଳେ ଘର ଭିତରେ ପଶିଲା ଓ ଖଟ ଉପରକୁ ଚଢ଼ାଗଲା କେହି ଦେଖି ପାରି ନଥିଲେ । ଯେତେବେଳେ ସାପ ଉପରେ ନଜର ପଡ଼ିଲା ସମସ୍ତେ ଭୟରେ ଥରିଥିଲେ । ଏଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ମଧୁଶାସନ ଗାଁର ।

ଗାଁର ପର୍ଶୁରାମ ବେହେରାଙ୍କ ଘର ଭିତରେ ଥିବା ଖଟ ଉପରେ ନାଗ ସାପ ଥିଲା । ପରିବାରର ଜଣେ ମହିଳା ପ୍ରଥମେ ସାପଟିକୁ ଦେଖିଥିଲେ । ଏହାପରେ ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ସ୍ନେକ ହେଲପଲାଇନ ସଦସ୍ୟ ନଳିନୀକାନ୍ତ ଦାସ ଚକୁରତାର ସହ ସାପଟିକୁ ଖଟ ଉପରୁ ଉଦ୍ଧାର କରିଥିଲେ ।

ଉଦ୍ଧର ହୋଇଥିବା ନାଗ ସାପର ଲମ୍ବ ପାଖାପାଖି ୪ଫୁଟ ହେବ । ଏତେବଡ଼ ସାପକୁ ଘର ଭିତରେ ଦେଖି ପର୍ଶୁରାମଙ୍କ ପରିବାର ଲୋକ ଡରି ଯାଇଥିଲେ । ତେବେ କାହାର କିଛି ହୋଇ ନାହିଁ ।
ସ୍ନେକ ହେଲପଲାଇନ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ଅନୁସାରେ, ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସାପଟି ଘର ଭିତରେ ପ୍ରବେଶ କରିଥିଲା । କାରଣ ସାପଗୁଡ଼ିକ କୋଲ୍ଡ ବ୍ଲଡେଡ୍ ଆନିମଲ୍ ହୋଇଥିବାରୁ ସେମାନେ ଶୀତକୁ ସହ୍ୟ କରି ପାରନ୍ତି ନାହିଁ ।

Leave A Reply

Your email address will not be published.