Latest Odisha News

BREAKING NEWS

ଆଫଗାନିସ୍ତାନରେ ଭୂକମ୍ପ; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪

ଆଫଗାନିସ୍ତାନ: ଆଜି ସକାଳେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ ଟାରେ ଏଠାରେ ଭୂକମ୍ପ କମ୍ପନ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହିନ୍ଦୁ କୁଶ ଅଞ୍ଚଳ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏ ବିଷୟରେ ସୂଚନା ଦେଇଛି। ଏହି ଭୂକମ୍ପ ପୂର୍ବରୁ ମଧ୍ୟ ଏଠାରେ କମ୍ପନ ଅନୁଭୂତ ହୋଇଛି।

ଭାରତର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସମୟ ମଧ୍ୟରେ ଭୂକମ୍ପ ତୀବ୍ରତା ୪.୨ ଥିଲା। ତେବେ ଭୂକମ୍ପରେ ଧନଜୀବନ କ୍ଷତି ହେବାର କୌଣସି ସୂଚନା ନାହିଁ।

Leave A Reply

Your email address will not be published.