Latest Odisha News

BREAKING NEWS

ମାଛ ଜାଲରୁ ଉଦ୍ଧାର ହେଲା ୫ଫୁଟର ନାଗ

କଟକ: ଜାଲରୁ ଉଦ୍ଧାର ହେଲା ୫ଫୁଟର ନାଗ ସାପ। ମଙ୍ଗଳବାର ସନ୍ଧ୍ୟାରେ କଟକ ଜିଲ୍ଲାର ବେତଖୋଲି ଗାଁରୁ ଏହି ସାପ ଉଦ୍ଧାର ହୋଇଛି। ଗାଁର ପ୍ରଶାନ୍ତ ନାୟକ ନିଜ ବଗିଚାରେ ଘେରା ଯାଇଥିବା ମାଛ ଜାଲରେ ଏକ ୫ଫୁଟ ଲମ୍ବର ବଡ଼ ନାଗ ସାପ ଫସିଥିବା ଦେଖିବାକୁ ପାଇଥିଲେ। ଏହାକୁ ଦେଖି ପରିବାର ଲୋକ ଭୟଭୀତ ହୋଇଯାଇଥିଲେ।

ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦିଆଯାଇଥିଲା। ଆଠଗଡ଼ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅସିତ ପ୍ରଧାନଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଜାଲକୁ କାଟି ନାଗକୁ ଉଦ୍ଧାର କରିଥିଲେ।

ଅସିତଙ୍କ ସହ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଅମିତ ସାହୁ ଓ ଲଳିତ ମୋହନ ପଣ୍ଡା ସହଯୋଗ କରିଥିଲେ। ପରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

Leave A Reply

Your email address will not be published.