Latest Odisha News

BREAKING NEWS

ସମୀର ଓ୍ୱାଙ୍ଖଡେଙ୍କୁ ଆଜି ଜେରା କରିବ ଏନସିବିର ୫ ଜଣିଆ ଟିମ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅକୁ ଗିରଫ କରିବା ପରେ ବିବାଦ ଘେରକୁ ଆସିଛନ୍ତି ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେ । ତାଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି । ସମୀର ଓ୍ୱାଙ୍ଖଡେଙ୍କୁ ଟାର୍ଗେଟ କରୁଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ୱାବ ମଲ୍ଲିକ । ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ୨୫ କୋଟି ଟଙ୍କା ଲାଞ୍ଚ ଅଭିଯୋଗରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।

ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ୫ ଜଣିଆ ଟିମ୍ ସମୀର ଓ୍ୱାଙ୍ଖଡେଙ୍କୁ ପଚରାଉଚରା କରିବ । ଏନସିବି ଡେପୁଟୀ ଡିଜି ଜ୍ଞାନେଶ୍ୱର ସିଂହଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ତାଙ୍କୁ ଅଭିଯୋଗ ବାବଦରେ ପଚରାଉଚରା କରିବେ । ସମୀର ଓ୍ୱାଙ୍ଖଡେଙ୍କ ସହ ଆଉ କିଛି ଲୋକଙ୍କୁ ବି ଜେରା କରିବ ଏନସିବି ଟିମ୍ ।

ତଦନ୍ତକାରୀ ଟିମରେ ଏନସିବିର ଡେପୁଟୀ ଡିଜିଙ୍କ ସହ ଚାରି ଜଣ ଜୋନାଲ୍ ଡିରେକ୍ଟର ଓ ସୁପରିଟେଣ୍ଟେଣ୍ଟ ଅଛନ୍ତି । ସମୀରଙ୍କ ନାଁରେ ଆର୍ୟ୍ୟନ ଖାନଙ୍କୁ ମୁକୁଳାଇବା ପାଇଁ ଅନ୍ୟ ଜଣେ ସାକ୍ଷୀଙ୍କ ଜରିଆରେ ୨୫ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ଏଥିସହ ସମୀର ଓ୍ୱାଙ୍ଖଡେଙ୍କ ନାଁରେ ନଓ୍ୱାବ ମଲ୍ଲିକ ଆଣିଥିଲେ ସାର୍ଟିଫିକେଟ ଜାଲିଆତି ଅଭିଯୋଗ । ସେ ଅଭିଯୋଗର ତାଲିକା ଏନସିବି ଡିଜିଙ୍କ ପାଖକୁ ପଠାଇଛନ୍ତି ।

Leave A Reply

Your email address will not be published.