Latest Odisha News

BREAKING NEWS

ଆଇନଜୀବୀ ପୀତବାସ ପଣ୍ଡାଙ୍କ ମେରୁଦଣ୍ଡରୁ ବାହାରିଲା ୯ଏମଏମ୍‌ ଗୁଳି

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା । ପୀତବାସଙ୍କ ମେରୁଦଣ୍ଡରୁ ବାହାରିଲା ୯ଏମଏମ୍‌ ଗୁଳି । ହତ୍ୟାକାଣ୍ଡକୁ ନେଇ ଖୋଳତାଡ ଜାରି ରଖିଛି ପୋଲିସ । ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଯୋଜନା ମୁତାବକ ସ୍ଥିତି ଉପରେ ନଜର ରଖି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରୁଛି ପୋଲିସ ।

ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ଆଜି ସାରା ରାଜ୍ୟରେ ଓକିଲମାନେ ପ୍ରତିବାଦ କରୁଛନ୍ତି । ଆଜି କଲମ ଛାଡ ଆନ୍ଦୋଳନ କରୁଛନ୍ତି ସବୁ ଆଇନଜୀବୀ । ପୀତବାସଙ୍କ ପରିବାରକୁ ସରକାର କୋଟିଏ ଟଙ୍କା କ୍ଷତିପୂରଣ ପ୍ରଦାନ, ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟିକ ତଦନ୍ତ ଦାବି କରିଛି ରାଜ୍ୟ ଆଇନଜୀବୀ ପରିଷଦ ।

ସୂଚନାଯୋଗ୍ୟ, ଦୁଇ ଜଣ ଅଜଣା ଯୁବକ ବ୍ରହ୍ମପୁରସ୍ଥିତ ତାଙ୍କ ଘର ସାମ୍ନାରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଘଟଣାଦିନ ରାତିରୁ ନେଇ ଗତକାଲି ଭିତରେ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଇ ପଚରା ଉଚରା ଚାଲିଛି ।

ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରକାଶ । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.