Latest Odisha News

BREAKING NEWS

ବିବାହ ଭୋଜିକୁ ପଶି ଆସିଲା ଭାଲୁ: ଖାଇଗଲା ମିଠା

ନ୍ୟୁୟର୍କ: ସାଧାରଣତଃ କିଛି ଲୋକ ଖାଦ୍ୟ ଲୋଭରେ ବିବାହ ଭୋଜିରେ ସାମିଲ ହୋଇଥାନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ଭାଲୁ ବିବାହ ଭୋଜିକୁ ଆସି ସବୁ ମିଠା ଖାଇଗଲା ।

ନିକଟରେ ଆମେରିକାରେ ରହୁଥିବା ବ୍ରେଣ୍ଡନ ମାର୍ଟିନେଜ ଏବଂ କେଲିନ ମ୍ୟାକ୍ରୋସି-ମାର୍ଟିନେଜ କଲରାଡୋର ବୋଲ୍ଡର କାଉଣ୍ଟିରେ ବିବାହ କରିଥିଲେ । ମାର୍ଟିନେଜ ଏହି ବିବାହ ସହ ଜଡ଼ିତ ଅନେକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଏବଂ ତାଙ୍କ ସ୍ୱାମୀ ବିବାହ କରିଥିବା ନଜର ଆସିଛନ୍ତି । ଆଉ ଗୋଟେ ଫଟୋ ସବୁଠୁ ଆଶ୍ଚର୍ଯ୍ୟକର ଥିଲା । ଫଟୋରେ ଗୋଟେ ଭାଲୁ ବିବାହ ଉତ୍ସବ ଭିତରକୁ ପଶିଆସିଛି । ଏହାର କ୍ୟାପସନ ଲେଖିଛନ୍ତି, ଶେଷରେ ଏକ ଭାଲୁ ଆମର ମିଠା ଖାଇଲା । ଫଟୋରେ ଭାଲୁ ଏକ ଟେବୁଲ ଉପରେ ମିଠା ଖାଉଥିବା ଦେଖିବାକୁ ମିଳିଛି ।

ହାଇସ୍କୁଲ ଦିନରୁ ଏହି ଦୁଇ କପଲ ପରସ୍ପରକୁ ଭଲ ପାଉଥିଲେ । ସେମାନଙ୍କ ବିବାହ ସମୟରେ ଏତେ ବର୍ଷା ହେଉଥିଲା ଯେ, ସେମାନଙ୍କୁ ଛତା ତଳେ ଠିଆ ହୋଇ ବିବାହ କରିବାକୁ ପଡ଼ିଲା । ଏହା ପରେ ଭାଲୁ ସହ ଏହି ଘଟଣା ଘଟିଥିଲା । ଯେଉଁ କାରଣରୁ ବିବାହଟି ସମ୍ପୂର୍ଣ୍ଣ ସ୍ମରଣୀୟ ହୋଇରହିଗଲା । ନବଦମ୍ପତି କହିଛନ୍ତି, ତୁରନ୍ତ ବନ କର୍ମଚାରୀମାନେ ଆସି ଭାଲୁକୁ ଉଦ୍ଧାର କରି ନେଇ ଯାଇଥିଲେ । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments are closed.