Latest Odisha News

ଇଂଲିଶ ମିଡିୟମ ସ୍କୁଲରେ ଓଡ଼ିଆ ଏବଂ ଏନସିଇଆରଟି ବହି ମାଗଣାରେ ଯୋଗାଇବାକୁ ଦାବି

ଭୁବନେଶ୍ୱର: ରାଜ୍ୟର ସମସ୍ତ ଘରୋଇ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକୁ ଅନୁମୋଦନ କରିବାର ଗୋଟିଏ ଦିନ ପରେ ଓଡ଼ିଶା ଅଭିଭାବକ ମହାସଙ୍ଘ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପାଇଁ ଅନୁରୂପ ସୁବିଧା ପ୍ରଦାନ କରିବାକୁ ଦାବି କରିଛି।

ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି, ୫-ଟି ପଦକ୍ଷେପରେ ୨୦୨୪-୨୫ ଶିକ୍ଷାବର୍ଷରୁ ଘରୋଇ ଓ ଅଣ ଅନୁଦାନପ୍ରାପ୍ତ ଓଡ଼ିଆ  ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମହାସଙ୍ଘ ସ୍ୱାଗତ କରିଛି। ୩୨୬୦ଟି ଘରୋଇ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ସ୍କୁଲର ପ୍ରାୟ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ।

ସାରା ଓଡ଼ିଶାରେ ପ୍ରାୟ ଏକ ହଜାର ସିଓଆର ଓ ଏନ୍ଓସି ପ୍ରାପ୍ତ ଇଂରାଜୀ ସ୍କୁଲ ରହିଛି। ସେଥିମଧ୍ୟରୁ ପ୍ରାୟ ୭୫% ବିଦ୍ୟାଳୟ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ। ଯେଉଁମାନେକି ଓଡ଼ିଆ ଭାଷାକୁ ମଧ୍ୟ ନିଜର ଭାଷା ବିଷୟ ଭାବେ ଗ୍ରହଣ କରିଛନ୍ତି। ଏମାନଙ୍କ ପାଇଁ ସରକାରୀ ବହିର ଆବଶ୍ୟକତା ରହିଛି। ବାର୍ଷିକ ୧୨୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଚିଠିରେ ସଂଘ ଉଲ୍ଲେଖ କରିଛି।

ଏହା ପୂର୍ବରୁ ଆରଟିଇ ଆକ୍ଟ ଅନୁୟାୟୀ ଛାତ୍ରଛାତ୍ରୀଙ୍କୁ ମାଗଣା ବହି, ୟୁନିଫର୍ମ ଓ ଜୋତା ଯୋଗାଇ ଦିଆଯିବାକୁ ଦାବି ହୋଇଥିଲା। କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ ଗ୍ରହଣ କରିନାହିଁ। ୧୮ ଲକ୍ଷ ଅଭିଭାବକଙ୍କ ପାଇଁ ମାଗଣାରେ ଓଡ଼ିଆ ଓ ଏନସିଇଆରଟି ବହି ଯୋଗାଇ ଦେବାକୁ ବିଚାର କରିବାକୁ ମହାସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.