Latest Odisha News

ଯନ୍ତାରେ ପଡିଲା ଭାଲୁ: ଦୀର୍ଘ ଦିନ ହେବ କରୁଥିଲା ଉପଦ୍ରବ

ନବରଙ୍ଗପୁର: ଯନ୍ତାରେ ପଡିଲା ଭାଲୁ । ଦୀର୍ଘ ୧୫ ଦିନ ହେବ ବନବିଭାଗ ଓ ଗ୍ରାମବାସୀଙ୍କ ନିଦ ହଜାଇ ଥିବା ଭାଲୁ ଶେଷରେ ଧରାପଡିଛି l ବର୍ତମାନ ବନବିଭାଗ ଭାଲୁକୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ସହ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରିବ ବୋଲି ସୂଚନା ମିଳିଛି l ଅନ୍ୟପଟେ ଗାଁରୁ ଭାଲୁ ଯିବା ପରେ ପୁରା ଗାଁରେ ଖୁସିର ମାହୋଲ l

ଗତ ୧୫ ଦିନ ହେବ ଏକ ଭାଲୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମକୁ ପଶିଆସିବା ସହ ଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ପାଚେରୀକୁ ଲାଗିକି ଥିବା ମକା ବାଡ଼ରେ ରହୁଥିଲା l ବେଳେବେଳେ ଖାଦ୍ୟ ଅନ୍ୱେଷଣ ପାଇଁ ବାହାରକୁ ବାହାରି ଏଣେତେଣେ ବୁଲିବା ସହ ଗାଁ ଭିତରକୁ ପଶିଆସୁଥିଲା l ଗାଁ ଭିତରେ ଭାଲୁକୁ ଦେଖି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିଲେ l ତେଣୁ ଗ୍ରାମବାସୀ ତୁରନ୍ତ ଭାଲୁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନବିଭାଗକୁ ଦାବୀ କରିଥିଲେ l ଖବର ପାଇବା ପରେ ବନବିଭାଗର କର୍ମଚାରୀ ଦିନରାତି ଗାଁରେ ରହି ଭାଲୁର ଗତିବିଧି ଉପରେ ନଜର ରଖୁଥିଲେ ମଧ୍ୟ ଭାଲୁକୁ କାବୁ କରିବାରେ ଅସଫଳ ହଉଥିଲେ l ଶେଷରେ ରାପିଡ଼ ରେସ୍ପୋଅନ୍ସ ଟିମ ସାହାର୍ଯ୍ୟରେ ଯନ୍ତା ଲଗାଇ ଭାଲୁକୁ ଧରିବାରେ ସକ୍ଷମ ହୋଇଥିଲେ l ଭାଲୁ କୁ କାବୁ କରି ଏକ ସୁରକ୍ଷିତ ସ୍ଥାନକୁ ନେବା ସହ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କଲା ପରେ ଜଙ୍ଗଲ ରେ ଛଡାଯିବ ବୋଲି ସୂଚନା ଦେଇଛନ୍ତି ବନକର୍ମଚାରୀ l

Comments are closed.