Latest Odisha News

BREAKING NEWS

ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ : ଦେଶ ଓ ବିଶ୍ବ” ରାଜ୍ଯପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବିଦ୍ଯାପୁରୀ ଦ୍ୱାରା ପ୍ରକାଶିତ ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ: ଦେଶ ଓ ବିଶ୍ବ” ରାଜ ଭବନ ପରିସରରେ ମହାମହିମ ରାଜ୍ଯପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ।

ଏହି ଅବସରରେ ଲେଖିକା ପ୍ରତିଭା ରାୟ , ମୃଦୁଳା ମିଶ୍ର, ପ୍ରକାଶକ ଜୀବାନନ୍ଦ ମିଶ୍ର ଏବଂ ଲେଖକ ଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉନ୍ମୋଚିତ ପୁସ୍ତକରେ ତୁଳନାତ୍ମକ ସାହିତ୍ଯ ତତ୍ତ୍ୱ ସହିତ ଦେଶ ପ୍ରସଙ୍ଗରେ ରବୀନ୍ଦ୍ରନାଥ-ଗୋପବନ୍ଧୁ, ଫକୀରମୋହନ-ପ୍ରେମଚାନ୍ଦ, ଜୀବନାନନ୍ଦ- ସଚ୍ଚିଦାନନ୍ଦ, ମନୋଜ ଦାସ, ସୀତାକାନ୍ତ ଓ ପ୍ରତିଭା ରାୟ ଓ ବିଶ୍ବ ପ୍ରସଙ୍ଗରେ ପାବ୍ଲୋ ନେରୁଦାଙ୍କଠାରୁ ଅକ୍ଟୋଭିଓ ପାଜଙ୍କ ପର୍ଯ୍ୟନ୍ତ ମହାନ ସାହିତ୍ଯ କୃତିର ଆଲୋଚନା ସମୂହ ସଙ୍କଲିତ ହୋଇଛି।

Leave A Reply

Your email address will not be published.