Latest Odisha News

BREAKING NEWS

ୟଙ୍ଗ ଇଣ୍ଡିଆନ୍ ଅଫିସ୍ ସିଲ୍ ପରେ ରାହୁଲ ଗାନ୍ଧୀଙ୍କ ବୟାନ ‘ମୋଦିଙ୍କୁ ଡରୁନି’

ନୂଆଦିଲ୍ଲୀ: ୟଙ୍ଗ ଇଣ୍ଡିଆନ୍ ଅଫିସକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସିଲ୍ କରିବା ପରେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁ ନାହାନ୍ତି । ଦେଶର ହିତ ପାଇଁ ସେ କାମ କରି ଚାଲିବେ ବୋଲି ରାହୁଲ ଗାନ୍ଧୀ ପାଲଟା ତୀର ମାରିଛନ୍ତି । ଇଡି ଦ୍ୱାରା ୟଙ୍ଗ ଇଣ୍ଡିଆନ୍ ଅଫିସ୍ ସିଲ୍ ପରେ ରାହୁଲ କହିଛନ୍ତି, ଯାହା କରିବାକୁ ଚାହୁଁଛନ୍ତି କରନ୍ତୁ ।

ସତକୁ କେହି ଲୁଚାଇ ରଖି ପାରିବେ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ବୁଧବାର ପୋଲିସ ଗାନ୍ଧୀ ପରିବାର ବାସଭବନ ସହ କଂଗ୍ରେସ ମୁଖ୍ୟାଳୟକୁ ବ୍ୟାରେକଡ୍ କରି ନେଇଥିଲା । ଯାହାପରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ପୂର୍ବରୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ରାହୁଲ ଗାନ୍ଧୀଙ୍କୁ ଏକାଧିକ ଥର ଜେରା କରି ସାରିଛି । ସମାନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ।

Leave A Reply

Your email address will not be published.