Latest Odisha News

BREAKING NEWS

ଜଙ୍ଗଲରେ ପତ୍ର ତୋଳୁଥିବାବେଳେ ମହିଳାଙ୍କ ଦେହରେ ବାଜିଲା ଗୁଳି

ଗଞ୍ଜାମ: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡ଼ିଗୋବା ଗ୍ରାମରେ ମହିଳାଙ୍କୁ ଗୁଳିମାଡ । ଗୁଳିମାଡ଼ରେ ସ୍ବପ୍ନା ସାହୁ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ନିଆଯାଇଛି ।

BjdElectrycity

ଖବର ମୁତାବକ, ଖଲି କରିବା ନିମନ୍ତେ ଉକ୍ତ ମହିଳା ଓ ତାଙ୍କ ମାଆ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ଗୁଳି ମହିଳାଙ୍କ ପେଟରେ ବାଜିଥିଲା । ଏହାପରେ ପାଖରେ ଥିବା ତାଙ୍କ ମାଆ ତାଙ୍କୁ ଘରକୁ ନେଇ ଆସିଥିଲେ । ତା’ପରେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା ।

ତେବେ ସ୍ବପ୍ନାଙ୍କ ଦେହରେ କିପରି ଗୁଳି ବାଜିଲା ତାହା ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଲୁଚିଥିବା ଶିକାରୀମାନେ ଏହି ଗୁଳି ଚଳାଇଥିବା ସନ୍ଦେହ କରାଯାଉଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.