Latest Odisha News

BREAKING NEWS

କୃଷକ ସାଥୀଙ୍କ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର:ଚାଷୀ ଭଉଣୀ ଭାଇମାନଙ୍କ ପାଇଁ ସରକାର ଆଣିଲେ ଖୁସି ଖବର। କୃଷକ ସାଥୀଙ୍କ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟର କୃଷକ ସାଥିମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ବିଦ୍ୟାଳୟ ପାଚିକାଙ୍କ ଦରମା ୧୪୦୦ରୁ ୨୦୦୦ ଟଙ୍କା ବୃଦ୍ଧିର ଘୋଷଣା କରିଛନ୍ତି। କୃଷକ ସାଥୀଙ୍କ ଖର୍ଚ୍ଚ ପରିମାଣରେ ୬୦୦୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ରାଜ୍ୟର ହଜାର ହଜାର କୃଷକ ସାଥୀ ଉପକୃତ ହେବେ।

ପୂର୍ବ ସୂଚନା ଅନୁସାରେ, କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ ରାଜ୍ୟର ଅଗ୍ରଣୀ ଚାଷୀମାନଙ୍କୁ କୃଷକ ସାଥି ଭାବେ ନିଯୁକ୍ତି ଦେଇଥିଲେ । କୃଷକ ସାଥୀଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ପୂର୍ବରୁ ସହାୟତା ପରିମାଣ ୧୨ ହଜାର ଟଙ୍କା ଥିଲା । ଏବେ ସରକାର ଏହାକୁ ବୃଦ୍ଧି କରିଛନ୍ତି। ବାର୍ଷିକ ୬ ହଜାର ଟଙ୍କା ବୃଦ୍ଧି ପାଇ ୧୮ ହଜାର ଟଙ୍କାରେ ପହଞ୍ଚିଛି ।ଏହା ଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ। ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି । କୃଷକ ସାଥିମାନେ କୃଷି କାର୍ଯ୍ୟ ସଂପର୍କିତ ବିଭିନ୍ନ ବିଷୟରେ ଚାଷୀ ମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥାନ୍ତି। କୃଷକ ସାଥୀଙ୍କ ପୂର୍ବରୁ ପାଚିକା ଏବଂ ସହାୟିକା ପାଚିକାଙ୍କ ପାରିଶ୍ରମିକରେ ୬୦୦ ଟଙ୍କା ବୃଦ୍ଧି କରିଥିଲେ ରାଜ୍ୟ ସରକାର । ପାଚିକାଙ୍କ ଦରମା ୧୪୦୦ ଟଙ୍କାରୁ ୨୦୦୦ ଟଙ୍କା ଘୋଷଣା କରିଥିଲେ ।

Leave A Reply

Your email address will not be published.