Latest Odisha News

BREAKING NEWS

ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ଏତଲା ରୁଜୁ

କଳାହାଣ୍ଡି: ଅଡୁଆରେ ବଲିଉଡ ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନ । ମୃଦୁ ପାନୀୟ ମାଉଣ୍ଟେନ ଡିଉ ବିଜ୍ଞାପନକୁ ନେଇ ଫିଲ୍ମ ପେପ୍ସିକୋ ବିଜ୍ଞାପନ କାଉନ୍ସିଲ ବିରୋଧରେ ମାମଲା ରୁଜୁ ହୋଇଛି । କଳାହାଣ୍ଡି ଜିଲ୍ଲାରର ଖାଉଟି ଅଦାଲତରେ ଖରିଆରର ବାସିନ୍ଦା ଦୀପକ ଦୁବେ ଏହି ଅଭିଯୋଗ ଜରିଛନ୍ତି ।

ଅଭିଯୋଗ ଅନୁଯାୟୀ ଦୀପକ ଦୁବେଙ୍କ ପୁଅ ମାଉଣ୍ଟେନ ଡିଉ ବିଜ୍ଞାପନ ଦେଖି ଏହାକୁ କିଣିବାକୁ କହିଥିଲା । ଏହା ପିଇବା ପରେ ଦୌଡ଼ରେ ଭାଗ ନେଲେ ବିଜୟ ସୁନିଶ୍ଚିତ ଓ ଦେହରେ ଶକ୍ତି ବଢ଼ିବା ବିଜ୍ଞାପନରୁ ପ୍ରଭାବିତ ହୋଇଥିଲେ ମାତ୍ର ଏହା ଭୁଲ୍ ପ୍ରମାଣିତ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ । ବିଜ୍ଞାପନରେ ସଲମନ ଖାନ ଓ ହ୍ରିତିକ ରୋଶନ ଅଭିନୟ କରିଥିବା ଯୋଗୁଁ ଏହାର ପ୍ରଭାବ ଶିଶୁମାନଙ୍କ ଉପରେ ପଡୁଥିବା ବିଚାର କରି ଅଭିନେତା ସଲମନ ଖାନ, ହ୍ରିତିକ୍ ରୋଶନଙ୍କ ସମେତ ମୃଦୁପାନୀୟ କମ୍ପାନୀ ପେପ୍ସିକୋ ବିଜ୍ଞାପନ କାଉନସିଲ ବିରୋଧରେ ଅଭିଯୋଗ କରିଥିଲେ ।

ଗତ ୨୨ ତାରିଖରେ ଏହାର ପ୍ରଥମ ଶୁଣାଣି ହୋଇଥିବା ବେଳେ ଜାନୁଆରି ୧୯ ତାରିଖରେ ଦ୍ଵିତୀୟ ଶୁଣାଣି ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.