ନୂଆଦିଲ୍ଲୀ: ଅଭିନେତ୍ରୀ ଯୁଭିକା ଚୌଧୁରୀଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ସେ ତାଙ୍କ ସ୍ୱାମୀ ପ୍ରିନ୍ସ ନରୁଲାଙ୍କ ସହ ସୁଟିଂ କରିଥିବା ଭିଡିଓରେ ଅନୁସୂଚିତ ଜାତି ସମ୍ପ୍ରଦାୟ ଉପରେ ଆପତ୍ତିଜନକ ତଥା ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ସୋମବାର ତାଙ୍କୁ ପୋଲିସ ଗିରଫ କରିଥିଲା। ୩ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା।
ଦଳିତ ଅଧିକାର କର୍ମୀ ରଜତ କଲସନଙ୍କ ଅଭିଯୋଗ ଅନୁଯାୟୀ ମେ ୨୮ରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିରୋଧରେ ଆପତ୍ତିଜନକ ତଥା ଅପମାନଜନକ ମନ୍ତବ୍ୟକୁ ନେଇ ୟୁଭିକାଙ୍କ ବିରୋଧରେ ପୋଲିସ ଏକ ଏଫଆଇଆର ପଞ୍ଜୀକୃତ କରିଥିଲା।
କାଲସନ ଅଭିଯୋଗ କରିଛନ୍ତି ଯେ ଏହି ଅଭିନେତ୍ରୀ ଜଣକ ଭିଡିଓରେ ଏସସି ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କିଛି ଅପମାନଜନକ ତଥା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି।