Latest Odisha News

BREAKING NEWS

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ । କେବେ କମୁଛି ତ କେବେ ସାମାନ୍ୟ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୫୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୩୨୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩୨ । ୧୮ ବର୍ଷ ଭିତରେ ଆଉ ୮୭ ଜଣ ପଜିଟିଭ୍ ବାହାରିଛନ୍ତି ।

ଆଜି ୨୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୫ ପଜିଟିଭ୍ ଅଛନ୍ତି । କଟକରୁ ୪୧, ସୁନ୍ଦରଗଡ଼ରୁ ୧୮, ସମ୍ୱଲପୁରରୁ ୧୭, ମୟୂରଭଞ୍ଜରୁ ଆଉ ୧୫ ସଂକ୍ରମିତ ହୋଇଛନ୍ତି । ଅନ୍ୟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୩୫ହଜାର ୯୭୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୨୨ହଜାର ୭୮୦ ସଂକ୍ରମିତ । ଏବେ ରାଜ୍ୟରେ ୪ହଜାର ୮୪୬ କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.