Latest Odisha News

BREAKING NEWS

ରୋଷେଇ ବେଳେ ଗରମ ଡାଲିରେ ପଡିଗଲେ ଅଷ୍ଟମ ଶ୍ରେଣୀର ଛାତ୍ର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ହୃଦୟଥରା ଘଟଣା । ଗରମ  ଡାଲିରେ ପଡି ସ୍କୁଲ ହଷ୍ଟେଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଘଟଣାଟି ୬ ତାରିଖରୁ ଘଟିଥିଲେ ହେଁ ଗତକାଲି ଛାତ୍ରଙ୍କର ମୃତ୍ୟୁ ଘଟିବା ପରେ ଜଣାପଡିଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିଲେ । ଘଟଣାଦିନ ହଷ୍ଟେଲରେ ରୋଷେଇ ଚାଲିଥିବବାେଳେ ଉକ୍ତ ବାଳକ ଜଣକ ରୋଷେୟାକୁ ସାହାଯ୍ୟ କରୁଥିଲେ  । ହେଲେ ଅସାବଧାନତା ବଶତଃ କେମିତି କେଜାଣି ଗରମ ଡାଲି ହାଣ୍ଡିରେ ପଡି ଯାଇଥିଲେ ।  ତାଙ୍କୁ ପ୍ରଥମେ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ଅବସ୍ଥା ଖରାପ ହେବାରୁ ତାଙ୍କୁ  ରାଉରକେଲା ଆରଜିଏଚକୁ ସ୍ଥାନନ୍ତର କରଯାଇଥିଲା  ।

ଗତକାଲି ରାତିରେ  ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଳକଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଘଟଣା ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.