Latest Odisha News

BREAKING NEWS

ନିବେଶକଙ୍କ ଭରସା ଜିତୁଛି ଅଦାନି ଗ୍ରୁପ; ଧାର୍ଯ୍ୟ ସମୟ ପୂର୍ବରୁ ସୁଝିଲା  ୨.୬୫ ଅରବ ଡଲାର ଋଣ

ନୂ୍ଆଦିଲ୍ଲୀ: ଅଦାନି ଗ୍ରୁପ ତା’ ନିବେଶକଙ୍କ ଭରସା ଜିତିବା ପାଇଁ ନେଇଛି ବଡ ପଦକ୍ଷେପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଅଦାନି ଗ୍ରୁପ  ୨.୬୫ ଅରବ ଡଲାର ଋଣ ଶୁଝିବାରେ ସଫଳ ହୋଇଛି  । ଏଥିପାଇଁ  ଗ୍ରୁପ ଅମ୍ବୁଜା ସିମେଣ୍ଟ ଲିମେଟେଡ ନିଜର ୪ରୁ ୫ ପ୍ରତିଶତ ଅଂଶଧନ ବିକ୍ରି କରିପାରେ ।

ଆମେରିକା ହିଡେନବର୍ଗ ପ୍ରଭାବ  ଅଦାନୀ ଗ୍ରୁପ ଉପରେ ଧୀରେ ଧୀରେ କମିବାରେ ଲାଗିଛି । ଅଦାନି ଗ୍ରୁପ ମଧ୍ୟ ନିବେଶକଙ୍କ ଭରସା ଜିତିବା ପାଇଁ ଲଗାତାର ଉଦ୍ୟମ କରି ଚାଲିଛି । ଏହି ପରିପ୍ରେକ୍ଷୀରେ ଅଦାନି ଗ୍ରୁପ ଏକ ବଡ  ପଦକ୍ଷେପ ନେଇଛି । ସମୟ ପୂର୍ବରୁ ଅଦାନି ଗ୍ରୁପ ୨.୬୫ ଅରବ ଡଲାର ଋଣ ସୁଝି ନିବେଶକଙ୍କ ଭରସା ଜିତିଛି । ଏଥିରେ ଅମ୍ବୁଜା ସିମେଣ୍ଟ ଅଧିଗ୍ରହଣ ପାଇଁ କରାଯାଇଥିବା ୫୦ କୋଟି ଡଲାରର ପେମେଣ୍ଟ ମଧ୍ୟ ସାମିଲ ଅଛି ।

ଅଦାନି ଗ୍ରୁପ ପକ୍ଷରୁ ରବିବାର ଏ ନେଇ ଏକ ସୂଚନା ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା, ନିବେଶକଙ୍କ ଭରସା ଜିତିବା ପାଇଁ ଆମେ ସମୟ ପୂର୍ବରୁ ୨.୬୫ ଅରବ ଡଲାର ଋଣ ସୁଝି ସାରିଛୁ । ଏଥିପାଇଁ ଡେଡ ଲାଇନ ଥିଲା ୨୦୨୩ ମାର୍ଚ୍ଚ ୩୧ ତାରିଖ । 2.15 ଅରବ ଡଲାରର ଋଣ ଗ୍ରୁପର ଲିଷ୍ଟେଡ କମ୍ପାନୀରେ ଷ୍ଟକକୁ ବନ୍ଧକ ସୂତ୍ରରୁରେ ରଖି ନିଆଯାଇଥିଲା । ଏଠି କହିରଖିବୁ, ଅମ୍ବୁଜା  ସିମେଣ୍ଟ ଅଧିଗ୍ରହଣ ପାଇଁ ୫୦ କୋଟି ଡଲାର ନିଆଯାଇଥିଲା  ।

ସୂଚନାଥାଉ କି, ୨୦୨୨ରେ ଗୌତମ ଅଦାନୀଙ୍କ ଗ୍ରୁପ ୧୦.୫ ଅରବ ଡଲାରର ବ୍ୟବସାୟରେ ପ୍ରମୁଖ ଭାରତୀୟ ସିମେଣ୍ଟ ପ୍ଲେୟର୍ସ ଅମ୍ବୁଜା ସିମେଣ୍ଟ ଏବଂଏସିସି ସିମେଣ୍ଟ ଅଧିଗହଣ କରିଥିଲା । ଏହା ପରେ ପୂରା ଦେଶରେ ଦ୍ୱିତୀୟ ବୃହତ୍ତର ସିମେଣ୍ଟ ପ୍ଲେୟାର ହୋଇ ଯାଇଥିଲେ ।

ତେବେ ଏକଥା ବି ଶୁଣିବାକୁ ମିଳୁଛି ଯେ, ଋଣ ସୁ୍‌ଝିବା ପାଇଁ ଅଦାନୀ ଗ୍ରୁପ ଅମ୍ବୁଜା ସିମେଣ୍ଟ ଲିମିଟେଡର ୪ରୁ ୫ ପ୍ରତିଶତ ଅଂଶଧନ ବିକ୍ରି କରିପାରେ । ଏହି ଅଂଶଧନର ମୂଲ୍ୟ ୪୫୦ ଅରବ ଡଲାର ବା୩, ୬୫୦ କୋଟି ଟଙ୍କା ହେବ ।

Leave A Reply

Your email address will not be published.