Latest Odisha News

BREAKING NEWS

ଶିକ୍ଷାନୁଷ୍ଠାନରେ ଓଲଟା ଦୃଶ୍ୟ; କଲେଜ ଛାତ୍ର ସାଜିଛନ୍ତି ପରୀକ୍ଷା ନିୟନ୍ତ୍ରକ

ଯାଜପୁର: ସାଧାରଣତଃ ପରୀକ୍ଷା ସମୟରେ ପରୀକ୍ଷା ହଲରେ କୌଣସି ଶିକ୍ଷକ କିମ୍ବା ଅଧ୍ୟାପକ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାନ୍ତି । ହେଲେ ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଏହାର ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା ରହିଛି । ଏପରି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକି ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଉଛି ।

ଏହି ଠାରେ ଅଧ୍ୟାପକ ବଦଳରେ କଲେଜର କିଛି ଛାତ୍ର ପରୀକ୍ଷା ହଲରେ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଯାହାକି ଗୋଟିଏ ହଲରେ ଜଣେ କଲେଜ ୟୁନିଫର୍ମ ପିନ୍ଧିଥିବା ଛାତ୍ର ବାଣିଜ୍ୟ ବିଭାଗର ପରୀକ୍ଷା ପରିଚାଳନା, ପ୍ରଶ୍ନପତ୍ର ବଣ୍ଟନ କରୁଥିବା ବେଳେ ଅନ୍ୟ ଏକ ହଲରେ ଜଣେ ବିନା କଲେଜ ୟୁନିଫର୍ମରେ ରହିଥିବା ଛାତ୍ର ପରୀକ୍ଷା ହଲ ଜଗିଥିବାର ଦେଖିବାକୁ ମିଳିଛି । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କଲେଜର ଅଧ୍ୟାପକ ‌ପରୀକ୍ଷା ହଲକୁ ଯାଇ ସେହି ଛାତ୍ରମାନଙ୍କ ସହ ଆଲୋଚନା କରୁଥିବା ବେଳେ କିପରି ଏକ ଜିଲ୍ଲାର ଏକ ନମ୍ବର ପ୍ରତିଷ୍ଠିତ ସ୍ବୟଂଶାସିତ ଶିକ୍ଷାନୁଷ୍ଠାନରେ ଏପରି ପରିଚାଳନା କରାଯାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏନେଇ ପରୀକ୍ଷାର୍ଥୀ କିମ୍ବା ଅଧ୍ୟାପକ କ୍ୟାମେରା ଆଗ‌ରେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ କଲେଜର ଅଧ୍ୟକ୍ଷ ଏହାର ଯାଞ୍ଚ କରାଯିବ ବୋଲି କହିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

Leave A Reply

Your email address will not be published.