Latest Odisha News

BREAKING NEWS

ଏମିତି ଏକ ଦେଶ ଯେଉଁଠି ୧୧ ବର୍ଷ ବୟସର ପିଲା ବି ଡ଼ାଏପର ପିନ୍ଧି ସ୍କୁଲ ଯାଆନ୍ତି

ସ୍ୱିଜରଲ୍ୟାଣ୍ଡ: ସାଧାରଣତଃ ଛୋଟ ପିଲାମାନଙ୍କୁ ଡାଏପର ପିନ୍ଧାଯାଇଥାଏ । ବଡ଼ ହେବା ପରେ ସେମାନେ ଡ଼ାଏପର ଛାଡ଼ି ସ୍କୁଲ ଯିବାକୁ ଲାଗନ୍ତି । କୌଣସି ପିଲା ଡାଏପର ପିନ୍ଧି ସ୍କୁଲ ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆଜିକାଲି ସ୍ୱିଜରଲ୍ୟାଣ୍ଡରେ ଏକ ବଡ ସମସ୍ୟା ଦେଖାଦେଇଛି । ଏଠାରେ ପିଲାମାନେ ଡାଏପର ପିନ୍ଧି ସ୍କୁଲକୁ ଆସିବା ଆରମ୍ଭ କରିଛନ୍ତି । ସେମାନେ ଡାଏପର ବ୍ୟବହାର କରୁଛନ୍ତି ଯେପରି ସେମାନେ ଅନ୍ତବସ୍ତ୍ର ପିନ୍ଧୁଛନ୍ତି ।

BjdElectrycity

ବିଶ୍ୱରେ ସ୍ୱିଜରଲ୍ୟାଣ୍ଡ ଏକ ବୃହତ୍ତ ଓ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ । ଏହାବ୍ୟତୀତ ବିଶ୍ୱରେ ଏହି ଦେଶ ଏକ ସମୃଦ୍ଧ ସମାଜ ଭାବେ ବେଶ୍ ଜଣାଶୁଣା । ଏଠାକାର ଲୋକଙ୍କ ଆୟ ଅଧିକ ଓ ସ୍ଥାନୀୟ ବାସିନ୍ଦା ବହୁତ ଆଧୁନିକ ଅଟନ୍ତି । କିନ୍ତୁ ଏପରି ଏକ ଆଧୁନିକ ସମାଜରେ ଅଭିଭାବକମାନେ କାହିଁକି ଏପରି ପିଲାମାନଙ୍କୁ ଡାଏପର ପିନ୍ଧି ସ୍କୁଲକୁ ପଠାଉଛନ୍ତି? ତାକୁ ନେଇ ଏବେ ଧୁମ୍ ଚର୍ଚ୍ଚା ।

ସ୍ୱିଜରଲ୍ୟାଣ୍ଡର ଶିକ୍ଷକମାନେ ଏହି ସମସ୍ୟା ଉପରେ କହିଛନ୍ତି ଯେ, ଏଠାକାର ସ୍କୁଲରେ ପିଲାମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି, ଯେଉଁମାନେ ଡାଏପର ପିନ୍ଧନ୍ତି । ଏଠାରେ ୪ ବର୍ଷରୁ କମ୍ ପିଲାମାନଙ୍କୁ ମଧ୍ୟ ସ୍କୁଲକୁ ପଠାଯାଉଛି । ଏପରି ପରିସ୍ଥିତିରେ ଅଭିଭାବକମାନେ ଘରେ ଶୌଚାଳୟ ବ୍ୟବହାର କରିବାର ଉପଯୁକ୍ତ ଉପାୟ ଶିଖାଇବାକୁ ସକ୍ଷମ ନୁହଁନ୍ତି । କିନ୍ତୁ ଏହି ସମସ୍ୟା କେବଳ ୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କଠାରେ ନୁହେଁ । ୧୧ ବର୍ଷ ବୟସର ପିଲାମାନେ ମଧ୍ୟ ଡ଼ାଏପର ପିନ୍ଧୁଛନ୍ତି ।

ଶିଶୁ ବିଶେଷଜ୍ଞ କହିଛନ୍ତି ଯେ , ଜଣେ ୧୧ ବର୍ଷର ଶିଶୁ ତାଙ୍କ ପାଖକୁ ଜଣେ ରୋଗୀ ଭାବରେ ଆସିଥିଲେ, ଯିଏ ଡାଏପର ପିନ୍ଧି ସ୍କୁଲକୁ ଯାଉଛନ୍ତି । ଏହାର କାରଣ ହେଉଛି ତାଙ୍କ ପିତାମାତା ତାଙ୍କୁ ନିଜେ ଶୌଚାଳୟ କିପରି ବ୍ୟବହାର କରିବେ ତାହା ଶିଖାଇ ନାହାଁନ୍ତି । ପିତାମାତାମାନେ ଡାଏପର୍ ବ୍ୟବହାର କରିବା ସହଜ ମନେ କରନ୍ତି, ତେଣୁ ସେମାନେ ସେମାନଙ୍କର ବଡ଼ ପିଲାମାନଙ୍କୁ ମଧ୍ୟ ପିନ୍ଧାଇଥାନ୍ତି । ଏହାଦ୍ୱାରା ସେମାନଙ୍କର ଅସୁବିଧା କମ୍ ହୁଏ ବୋଲି ସେମାନେ ମନେ କରନ୍ତି ।

ଜଣେ ଶିକ୍ଷାବିତ୍ କହିଛନ୍ତି ଯେ, ପିଲାମାନେ ଅନ୍ତଃବସ୍ତ୍ର ପରି ଡାଏପର ପିନ୍ଧି ସ୍କୁଲକୁ ଆସୁଛନ୍ତି । ପିଲାମାନଙ୍କର ଡାଏପର ବଦଳାଇବା ଏବଂ ସେମାନଙ୍କୁ ସଫା କରିବା ଶିକ୍ଷକମାନଙ୍କର ଦାୟତ୍ୱ ନୁହେଁ । ପିତାମାତାମାନଙ୍କୁ ପିଲାମାନଙ୍କୁ ବାଥରୁମ କିପରି ବ୍ୟବହାର କରିବାକୁ ଶିଖାଇବାକୁ ପଡିବ । ଦେଶର ଅନେକ ଶିକ୍ଷକ ଏହି ସମସ୍ୟା ଉପରେ ଆଲୋକପାତ କରିଛନ୍ତି ।

Leave A Reply

Your email address will not be published.