Latest Odisha News

BREAKING NEWS

ଏସପି ଅଫିସଠୁ ୫୦୦ ମିଟର ଦୂରରେ ଥିବା କନେଷ୍ଟବଳଙ୍କ ଘରୁ ଚୋରି

କେନ୍ଦ୍ରାପଡା: ଏସପି ଅଫିସଠୁ ମାତ୍ର ୫୦୦ ମିଟର ଦୂରରେ ଥିବା ଜଣେ ପୋଲିସ କନଷ୍ଟେବଳଙ୍କ ଘରେ ଚୋରି ହୋଇଛି। ଯାହାକି ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଆଉ ପୋଲିସ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେନ୍ଦ୍ରାପଡ଼ାର ଜାଜଙ୍ଗ ସ୍ଥିତ କନଷ୍ଟେବଳ ବିମାଲେନ୍ଦୁ ପାଢୀଙ୍କ ଘରୁ ଏହି ଚୋରି ହୋଇଛି। କନଷ୍ଟେବଳ ପାଢୀ ରଜ ପର୍ବ ପାଇଁ ତାଙ୍କ ଶ୍ବଶୁର ଘରକୁ ବୁଲିବାକୁ ଯାଇଥିବା ବେଳେ ଏହି ଚୋରି ହୋଇଥିଲା। ତେବେ ଡକାୟତି ସମୟରେ ପାଢୀଙ୍କ ବାପା ମା ଆଶିଷ ଏବଂ ମିନତି ପାଢୀ ଘରେ ଉପସ୍ଥିତ ଥିଲେ।

ସୂଚନାନୁସାରେ, ଦୁର୍ବୃତମାନେ କନଷ୍ଟେବଳଙ୍କ ଘରେ ପ୍ରବେଶ କରି ଦୁଇଟି ଆଲମାରିରୁ ୩୦ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ୨୦ ହଜାର ନଗଦ ଟଙ୍କା ଚୋରି କରିଛନ୍ତି। ସଦର ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ ହୋଇଛି। ସାଇଣ୍ଟିଫିକ ଟିମ୍ ଦ୍ବାରା ବିଭିନ୍ନ ଦିଗ କୁ ନେଇ ତଦନ୍ତ ଆରମ୍ଭ ହୋଇଛି।

କୌତୂହଳର ବିଷୟ ହେଉଛି, ଚୋରମାନେ ଏକ ଲୁହା ବାଡ଼ି ପଛରେ ଛାଡ଼ିଦେଇଥିଲେ। ଯାହା ଘର ଛାତର କବାଟ ଭାଙ୍ଗି ପ୍ରବେଶ କରିବା ପାଇଁ ବ୍ୟବହୃତ ହୋଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.