Latest Odisha News

BREAKING NEWS

ଏଥର ଫିକା ପଡ଼ିପାରେ ପୂଜା; ୨୦ ଅକ୍ଟୋବରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ଵର: ଫିକା ପଡ଼ିପାରେ ଦଶହରା। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ତା’ର ପାଶ୍ୱର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ୨୦ ଅକ୍ଟୋବରରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୦ ତାରିଖରେ ଷଷ୍ଠୀ ପୂଜା ପଡ଼ୁଥିବା ବେଳେ ୨୨ ତାରିଖରେ ମହାଷ୍ଟମୀ ପଡ଼ୁଛି। ତେବେ ଲଘୁଚାପ ବର୍ଷା ଏଥରର ପୂଜାକୁ ଫିକା କରିପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ଚିତ୍ର ଓ ପ୍ରଭାବ ଆସନ୍ତା ଦୁଇଦିନ ମଧ୍ୟରେ ସ୍ପଷ୍ଟ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଚଳିତ ମୌସୁମୀରେ ରଜ୍ୟରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି। ୧୦ ଦିନ ବିଳମ୍ବରେ ୨୨ ଜୁନରେ ମୌସୁମୀ ରାଜ୍ୟକୁ ଅଗ୍ରସର ହୋଇଥିବା ବେଳେ ୧୩ ଅକ୍ଟୋବରରେ ପ୍ରତ୍ୟାବର୍ତ୍ତନ କରିଛି। ୨୨ ଜୁନରୁ ୩୦ ସେପ୍ଟେମ୍ବର, ୧୦୧ ଦିନରୁ ୩୩ଦିନ ରାଜ୍ୟରେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ରେକର୍ଡ ଅର୍ଥାତ୍ ୨୦% ଦିନ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

Leave A Reply

Your email address will not be published.