Latest Odisha News

BREAKING NEWS

ବଙ୍ଗୋପସାଗରରେ ଅବପାତ, ନେଇପାରେ ସାଇକ୍ଲୋନିକ ଷ୍ଟର୍ମ ରୂପ

ଭୁବନେଶ୍ୱର: ଡିପ୍ରେସନ୍ ପରେ ଡିପ୍ରେସନ୍ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଇଛି ଅବପାତର ରୂପ । ଆଗକୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଡିପ ଡିପ୍ରିସେନରେ ପରିଣର ହେବ । ଏହି ମଡେଲ୍ ପଶ୍ଟିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ଦୁଇ ତାରିଖ ସୁଦ୍ଧା ଏହି ଅବପାତ ଦକ୍ଷିଣ ତାମିଲନାଡୁ ଉପକୂଳ ଦେଇ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସେପଟେ କିଛି ପାଣିପାଗ ବିଜ୍ଞାନୀ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ନେଇ ପୂର୍ବାନୁମାନ କରୁଛନ୍ତି । ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ଓ୍ୱେଦର ବିଜ୍ଞାନୀ ଜାସନ୍ ନିକୋଲସ କହିଛନ୍ତି, ବଙ୍ଗୋପସାଗରରେ ସୃଷ୍ଟି ଡିପ୍ରେସନ୍ ନେଇପାରେ ସାଇକ୍ଲୋନିକ ଷ୍ଟର୍ମର ରୂପ । ସାଇକ୍ଲୋନ ହେଲେ ଏହାର ନାଁ ରରହି ‘ବୁରେଭୀ’ ।

ସାମୁଦ୍ରିକ ଝଡ଼ର ରୂପ ନେଲେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ସଠିକ ଆକଳନ କରାଯାଇ ପାରିବ । ବର୍ତ୍ତମାନ ଡିପ୍ରେସନ ସମୁଦ୍ର ଭିତରୁ ଅଧିକ ଶକ୍ତି ଜୁଟାଇବ ।

Leave A Reply

Your email address will not be published.