Latest Odisha News

ରାତି ୨ ଟା ରେ ଲୁଟ୍ କରୁଥିଲେ ଏଟିଏମ୍; ଧରିନେଲେ ସ୍ଥାନୀୟ ଲୋକେ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନାର ପାବୁରିଆଠାରେ ଏଟିଏମ ଲୁଟିବାକୁ ଆସିଥିବା ଏକ ବ୍ୟକ୍ତିକୁ ଧରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ।

ସୂଚନାନୁସାରେ, ଜଣେ ବ୍ୟକ୍ତି ରବିବାର ରାତି ପ୍ରାୟ ୨ଟାରେ ଧରି ପାବୁରିଆ ସ୍ଥିତ ଏକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମରେ ସଟର ପକାଇ ଭିତରେ ଗ୍ୟାସ୍ କଟର ଧରି ଏଟିଏମ ଭାଙ୍ଗୁଥିଲେ। ଏହି ସମୟରେ ଏକ ଅଟୋ ଚାଳକ ଏହାକୁ ଦେଖିଥିଲେ।

ଅଟୋ ଚାଳକ ଜଣଙ୍କ ଅନ୍ୟ ଲୋକଙ୍କୁ ଡାକି ଆଣିଥିଲେ । ସମସ୍ତେ ମିଶି ସଟର ଟେକି ଉକ୍ତ ଯୁବକକୁ ଧରି ନିସ୍ତୁକ ମାଡ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ସାରଙ୍ଗଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.