Latest Odisha News

ଶ୍ରୀମନ୍ଦିର ଇତିହାସରେ ପ୍ରଥମ; ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଏତିକି ଟଙ୍କା ଦାନ କଲେ ଭକ୍ତ

ପୁରୀ: ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ନେଇ ଆଜି ଜଣେ ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିରରେ ୫ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହି ବାବଦରେ ବ୍ୟକ୍ତି ଜଣଙ୍କ ତାଙ୍କ ନାମକୁ ଗୋପନୀୟ ରଖିଥିବା ଜଣାପଡ଼ିଛି ।

ତେବେ ଶ୍ରୀମନ୍ଦିରର ବିଭିନ୍ନ ହୁଣ୍ଡିରୁ ଦୈନିକ ୪ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦାନ କରିଥିବା ଅର୍ଥରାଶି ମିଳିଥାଏ । ହେଲେ ଆଜି ପ୍ରଥମ ଥର ପାଇଁ ଏକାଥରକେ ଏତେ ପରିମାଣର ନଗଦ ଅର୍ଥରାଶି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.