Latest Odisha News

BREAKING NEWS

ଆଜିର ସୃଜନୀ ପକ୍ଷରୁ ମହିଳା ସଚେତନତା ଉପରେ ଆଲୋଚନା ଚକ୍ର

ଭୁବନେଶ୍ବର : ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ଆନୁକୁଲ୍ୟରେ ତଥା ଆଜିର ସୃଜନୀର ମିଳିତ ସହଯୋଗରେ ଏକ ମହିଳା ଆଲୋଚନା ଚକ୍ର ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସୃଜନୀର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦଙ୍କ ପ୍ରାରମ୍ଭିକ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ଗାୟତ୍ରୀ ମହାନ୍ତି, କବୀ ସେବା ମହାପାତ୍ର ଏବଂ ବିଜ୍ଞାନ ବିଶେଷଜ୍ଞ ସଙ୍ଘମିତ୍ରା ପତି ଅତିଥି ଭାବରେ ଯୋଗଦେଇଥିଲେ ।

ଏହି ଆଲୋଚନା ଚକ୍ରରେ ଡାକ୍ତର ମହାପାତ୍ର ଆଇଭିଏଫ୍ ଓ ସରୋଗେସି ବିଷୟରେ ଆଲୋଚନା କରିଥିବା ବେଳେ ଡାକ୍ତର ମହାନ୍ତି ଋତୁସ୍ରାବ ଓ ମେନୋପଜ ଉପରେ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଡାକ୍ତର ପତି କ୍ୟାଲୋରି ଓ ସୁତି ସାନିଟାରୀ ନାପକିନ୍ ବିଷୟରେ ଆଲୋଚନା କରିଥିଲେ। ମଞ୍ଜୁଳା ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ସ୍ଵର୍ଣ୍ଣପ୍ରଭା ଦାସ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଜିର ସୃଜନୀର ସମ୍ପାଦିକା ସୁଜାତା ରାୟ ଓ ସାଂସ୍କୃତିକ ସମ୍ପାଦିକା ଜ୍ୟୋତ୍ସ୍ନା ମହାରଣାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ମହିଳାମାନେ ଯୋଗ ଦେଇଥିଲେ।

Comments are closed.