ପୁଣିଥରେ ଅଡୁଆରେ ଫସିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ଯାତ୍ରା ପାର୍ଟିରେ ସେ ବିବାଦୀୟ ମାଲିକ ଭାବେ ବେସ ପରିଚିତ । କୌଣସି ନା କୌଣସି କାରଣକୁ ନେଇ ସେ ସବୁବେଳେ ଭିନ୍ନ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ ବିବାଦ ଘେର ଭିତରକୁ ଫସିଯାଇଛନ୍ତି ନାଣ୍ଡୁବାବୁ । ତାଙ୍କ ଯାତ୍ରୀପାର୍ଟି ଷ୍ଟେଜରେ ଦେଖିବାକୁ ମିଳିଛି ଅଜଗର ସାପ । ଏଇ ବୋଧେ ଶେଷ ଦେଖା ନାଟକରେ ଅଭିନେତାଙ୍କ ହାତରେ ସାପ ଦେଖିଛନ୍ତି ଦର୍ଶକ । ନିଜ ଅଭିନୟ ଦ୍ୱାରା ଅଭିନେତ୍ରୀ ଓ ଅନ୍ୟ ଅଭିନେତାଙ୍କୁ ସାପ ଧରିବା ପାଇଁ କଳାକାର ସାଇ କହୁଛନ୍ତି । ସାପକୁ ହାତରେ ଗୁଡାଇ ସଂଳାପ ମଧ୍ୟ କରୁଛନ୍ତି ଅଭିନେତା ସାଇ । ନାଣ୍ଡୁବାବୁଙ୍କ ଯାତ୍ରାର ଫାଇନାଲ ରିହରସେଲରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଚକ୍କିତ କରିଥିଲା । ତେବେ ଯାତ୍ରୀ ମଞ୍ଚରେ ସାପ ଧରି ଅଭିନୟ କରିବା କେତେଦୂର ଠିକ । ଆଇନ ବାହାରେ ଏହି କାମ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠିଛି ସାପଟି କେଉଁଠୁ ଆସିଲା । ଆଉ ଏହାକୁ କିଏ ପୋଷା ମନେଇଛି ବୋଲି ପ୍ରଶ୍ନ ଉଠିଛି ।
କଳା ଏବଂ କଳାକାରଙ୍କ ଅଭିନୟକୁ ଲୋକ ପସନ୍ଦ କରନ୍ତି । ହେଲେ ଏହାର ଅର୍ଥ ନୁହେଁ କଳା ପାଇଁ ଜଙ୍ଗଲ ଜନ୍ତୁଙ୍କୁ ଲୋକଙ୍କୁ ଆଣି ଆମ୍ଭେ ଦେଖାଇବା । ଆଗରୁ ହିରୋଇନ ସୋନାଲିଙ୍କ ପାଇଁ ବଦନାମ ହୋଇଥିଲେ ନାଣ୍ଡୁ ବାବୁ । ସୋନାଲିଙ୍କୁ ନାଣ୍ଡୁ ବାବୁ ଜବରଦସ୍ତି ତାଙ୍କ ପାର୍ଟିରେ ରଖିଛନ୍ତି ବୋଲି ସ୍ୱାମୀ ଶ୍ରୀକ୍ଷେତ୍ର ଅଭିଯୋଗ କରିଥିଲେ । ବିବାଦ କିଛିଦିନ ଲାଗିବା ପରେ ସୋନାଲି ତାଙ୍କ ସ୍ୱାମୀଙ୍କ ପାଖକୁ ଫେରିଯାଇଥିଲେ । ସେହି ବିବାଦ ଥମିବା ପରେ ନାଣ୍ଡୁବାବୁ ପୁଣିଥରେ ବଦନାମ ହୋଇଛନ୍ତି । ଷ୍ଟେଜରେ ସାପ ରଖିବାରୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହିଛନ୍ତି । ସାପକୁ ଷ୍ଟେଜରେ ଦେଖାଇବା କେବେ ବି ଠିକ ନୁହେଁ । ହେଲେ ନାଣ୍ଡୁ ବାବୁ କେମିତି ଏତେବଡ ସାହସ କଲେ ବୋଲି ପ୍ରଶ୍ନ ଉଠିଛି । ତୁରନ୍ତ ଏହି ଘଟଣାରେ ନାଣ୍ଡୁ ବାବୁ ଏହାର ଜବାବ ଦେବା ସହ ଏଭଳି ସୋ କରି କାହାକୁ ଭୟଭୀତ କରନ୍ତୁ ନାହିଁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି । ବ୍ୟୁରୋ ରିପୋର୍ଟ ଓଡିଶା ସମ୍ବାଦ
BREAKING NEWS
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
- ୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ
- ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହେବ ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା..
Comments are closed.