Latest Odisha News

BREAKING NEWS

Prisoner Death: ଜେଲରେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର;ହତ୍ୟା ଅଭିଯୋଗ ଆଣିଲେ…

ପୁରୀ: ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁରୀର ରାମଚଣ୍ଡୀ ଥାନା ଅର୍ନ୍ତଗତ ବାଙ୍ଗର ଜେଲ ଭିତରେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦିପ୍ତୀରଞ୍ଜନ ସ୍ୱାଇଁ । ଶୌଚାଳୟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ତେବେ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି କି ଜେଲ୍‌ ମଧ୍ୟରେ ଦୀପ୍ତିଙ୍କୁ କେହି ହତ୍ୟା କରିଛନ୍ତି।

ସୂଚନାଥାଉକି, ସେ ଗତ ୨୦୨୩ରୁ ଜେଲରେ ରହିଛନ୍ତି । ଏକ ଦୁଷ୍କର୍ମ ଅଭିଯୋଗ ରେ ଜେଲ ଯାଇଥିଲେ ଦୀପ୍ତିରଞ୍ଜନ ।

Comments are closed.