ବାରିପଦା: ଥମୁନି ହାତୀ ମୃତ୍ୟୁ । ପୁଣି ଟ୍ରେନ୍ ଧକ୍କାରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧିନ ଜୁଗଳ ଷ୍ଟେସନ ନିକଟରେ ଏକ ଦନ୍ତାକୁ ଶାଲିମାର୍-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେବା ଫଳରେ ହାତୀଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।
ରାତି ପ୍ରାୟ ୧୧ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୀର୍ଘ ଦିନ ଧରି ୨୦ ଟିକିଆ ହାତୀପଲ ବେତନଟୀ ରେଞ୍ଜ ଅଞ୍ଚଳରେ ଚଳପ୍ରଚଳ କରି ଆସୁଥିଲେ । ଏକ ଗୋଠ ଛଡା ଦନ୍ତା ମଧ୍ୟ ଅଞ୍ଚଳରେ ଉତ୍ପାତ ଜାରି ରଖିଥିଲା । କିଛି ଲୋକମାନେ ଦନ୍ତା ହାତୀକୁ ଘଉଡ଼ାଇବା ବେଳେ, ବିକଳ ହୋଇ ଟ୍ରେନ୍ ଲାଇନ୍ ପାର୍ ହେବା ବେଳେ ଦୁର୍ଘଟଣା ଘଟି ହାତୀର ଜୀବନ ଯାଇଥିବା ସୂଚନା ରହିଛି ।
ଦୁର୍ଘଟଣା ପାଇଁ ଟ୍ରେନ କିଛି ସମୟ ଅଟକି ଥିଲା l ଆଜି ସକାଳୁ ଦନ୍ତାର ମୃତ ଶରୀର ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ, ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Comments are closed.