ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଲବାହିନୀର ଧମକ । ନାଲି ଆଖି ଦେଖାଇଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଗାଁରେ ରଖେଇ ଦେଲେନି । ଜୀବନ ବଞ୍ଚାଇବାକୁ ବାଧ୍ୟ ହୋଇ ପୁରୁଷ ପୁରୁଷର ଭିଟାମାଟି ଛାଡ଼ିଛନ୍ତି ଗୋଟିଏ ପରିବାର । ଯନ୍ତ୍ରୀ ପଞ୍ଚାୟତ ସନ୍ୟାସୀଗୁଡ଼ା ଗାଁର ମନୁ ଗୋଲରୀ ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଛନ୍ତି ।
ମନୁ, ତାଙ୍କ ସ୍ତ୍ରୀ ଓ ଝିଅକୁ ମାଓବାଦୀମାନେ ଗାଁରୁ ବାହାର କରି ଦେଇଛନ୍ତି । ପ୍ରଜାକୋର୍ଟ ନିଷ୍ପତ୍ତି ନମାନିଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ । ଏବେ ନିଜ ପରିବାର ସହିତ ମନୁ ନାକାମାମୁଡ଼ି ପଞ୍ଚାୟତରେ ଆଶ୍ରୟ ନେଇଛନ୍ତି ।
ପରିବାର ପ୍ରତିପୋଷଣ କେମିତି କରିବେ ସେଚିନ୍ତା ତାଙ୍କୁ ଘାରିଛି । ପ୍ରଶାସନକୁ ମାଗିଛନ୍ତି ସହାୟତା । ଗତ 26ତାରିଖରେ ତୋଟାଗୁଡ଼ା ଏନକାଉଣ୍ଟର ପାଇଁ ମନୁ ଗୋଲରୀଙ୍କୁ ଦାୟୀ କରି ମାଓ ସଂଗଠନ ତାଙ୍କୁ ଗାଁରୁ ବାହାର କରି ଦେଇଛି ।
Comments are closed.