Latest Odisha News

ମୁମ୍ୱାଇର କେମିକାଲ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ୧୦ ଅଗ୍ନିଶମ ଗାଡ଼ି ନିୟୋଜିତ

ମୁମ୍ୱାଇ: ମହାରାଷ୍ଟ୍ର ନଭି ମୁମ୍ୱାଇର ତଲୋଜା ଠାରେ ଥିବା ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ପାଖାପାଖି ୧୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହେଇଥିବା ଖବର ମିଳିଛି ।

ତଲୋଜା ଅଗ୍ନିଶମ କେନ୍ଦ୍ରର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପାଖାପାଖି ୧୧ଟା ୫୧ ସମୟରେ ତାଙ୍କ ଅଗ୍ନିଶମ କେନ୍ଦ୍ରକୁ ଏକ ଫୋନ୍‌ ଆସିଥିଲା । ଏଥିରେ ଆଜିଓକ୍ରାୟିଷ୍ଟ୍‌ ଅର୍‌ଗାନିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିଆଁ ଲାଗିଥିବା ନେଇ ସୂଚନା ଦେଇଥିଲେ । ଏହାପରେ ସୂଚନା ପାଇବା କ୍ଷଣି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ବାହାରି ଯାଇଥିଲେ ।

ତେବେ ନିଆଁ ଏତେ ପରିମାଣରେ ବ୍ୟାପି ଯାଇଥିଲା ଯେ, ଉଲ୍ୱେ, କଳାମୋବିଲି, ପାନ୍‌ଭେଲ୍‌, ଖରଘର, ଏମ୍‌ଆଇଡିସି, ଆଡ୍‌ ଜଏନ୍‌ ଫାୟର୍‌ କେନ୍ଦ୍ର ଆଦି ୧୦ଟି କେନ୍ଦ୍ରରୁ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ମୃତାହତ ବା ଆହାତଙ୍କ ସୂଚନା ମିଳିପାରି ନଥିବା ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ।  

Leave A Reply

Your email address will not be published.