Latest Odisha News

BREAKING NEWS

ଓଡ଼ାସିଂହା ହାଇସ୍କୁଲରେ ବନ୍ଧୁ ମିଳନ

କଟକ :  କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ଓଡ଼ାସିଂହା ହାଇସ୍କୁଲରେ ୧୯୮୧ ମାଟ୍ରିକ ବ୍ୟାଚ୍‌ର ଦ୍ବିତୀୟ ବନ୍ଧୁମିଳନ ଜାନୁଆରୀ ୨୯ ତାରିଖରେ ଆନନ୍ଦ ଉଲ୍ଲାସର ସହ  ପାଳିତ ହୋଇଯାଇଛି । ସେଠାରେ ଉପସ୍ଥିତ ଥିବା ବନ୍ଧୁମାନେ ପୁରୁଣା ଦିନର ସ୍ମୃତି ମନେ ପକାଇ ବନ୍ଧୁମିଳନକୁ ବେଶ୍‌ ଉପଭୋଗ କରିଥିଲେ । କେବଳ ସେତିକି ନୁହେଁ,  ନିଜ ନିଜର ସୁଖଦୁଃଖ  ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥିଲେ ।

ଏହି ଅବସରରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଞ୍ଜିତା ବିବି ସୁନ୍ଦର ଗୀତଟିଏ ଗାଇଥିଲେ । ସଞ୍ଜିତାଙ୍କ ପରେ ସଙ୍ଗୀତ ପରିବେଷଣ କରିଥିଲେ   ଅଧ୍ୟାପକ ନବଘନ  ନନ୍ଦ ।  ଭୋଜିଭାତର ଆସର ମଧ୍ୟ ଖୁବ୍‌ ଜମିଥିଲା । ପରେ  ଶେଷରେ ମିଳନର ଆବାହକ ବନ୍ଧୁ କ୍ଷୀରୋଦ ପ୍ରଧାନ ଓ ରବିନ୍ଦ୍ର ସେଠୀଙ୍କ ଆଦର୍ଶ ଶିକ୍ଷୟିତ୍ରୀ ସରୋଜୀନି ପରିଡ଼ା ଓ ବିଶିଷ୍ଟ ସମାଜ ସେବୀ ଚିତ୍ତରଞ୍ଜନ ସେଠୀଙ୍କୁ ସମ୍ମାନୀତ କରାଯାଇଥିଲା ।

 

Leave A Reply

Your email address will not be published.