Latest Odisha News

BREAKING NEWS

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ୨୦୪୭ ସୁଦ୍ଧା ଭାରତ ଆଧୁନିକତାର ସ୍ୱର୍ଣ୍ଣିମ ଅଧ୍ୟାୟ ରଚିବ

ନୂଆଦିଲ୍ଲୀ:ଆଜିଠୁ ଆାରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାରଗର୍ଭକ ଅଭିଭାଷଣ ଦେଇଛନ୍ତି । ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି କହିଥିଲେ, ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରି ସାରିଛି । ଏବେ ସ୍ୱାଧୀନତାର ଅମୃତ କାଳ । ଆଗାମୀ ୨୫ ବର୍ଷ ଆମ ଦେଶ ପାଇଁ  ବହୁତ ଗୁରତ୍ୱପୂର୍ଣ୍ଣ । ଏହି ସମୟ ଦେଶ ବିକାଶର ସମୟ । ନୂଆ ଭାରତ ଗଠନର ସମୟ ।

ରାଷ୍ଟ୍ରପତି କହିଥିଲେ, ଆମେ ଏପରି ଭାରତ ଗଠନ କରିବା ଯେଉଁ ଭାରତରେ ଅଭାବ ନ ଥିବ । ଆଜି ଦେଶରେ ସ୍ଥିର ନିର୍ଭୟ, ନିର୍ଣ୍ଣାୟକ ସରକାର ଅଛନ୍ତି । ଏକଥା ପ୍ରମାଣିତ ଯେ,  ଏ ସରକାର ଭ୍ରଷ୍ଟାଚାର ଲୋକତନ୍ତ୍ରର ଏକ ବଡ ଶତ୍ରୁ । ତେଣୁ ବିଗତ ଦିନମାନଙ୍କରେ ଏ ସରକାର ନିରନ୍ତର ଲଢି ଆସୁଛି । ଆମେ ନିଶ୍ଚିତ କରିପାରିଛୁ, ବ୍ୟବସ୍ଥାରେ ସଚ୍ଚୋଟ ପଣିଆର ସମ୍ମାନ ରହିଛି । ପ୍ରଥମେ  ଟାକ୍ସ ରିଫଣ୍ଡ ପାଇଁ ଦୀର୍ଘ ଅପେକ୍ଷା କରିବାକୁ ପଡୁଥିଲା । ଏବେ ITR ଭରିବାର କିଛି ଦିନ ପରେ ରିଫଣ୍ଡ ମିଳି ଯାଉଛି` ଆଜି ଜିଏସଟି ପାରଦର୍ଶିତା ସହ କରଦାତାଙ୍କ ଗରିମା ମଧ୍ୟ ସୁନିଶ୍ଚିତ ହୋଇପାରିଛି ।

ଅଭିଭାଷଣ ସମୟରେ ରାଷ୍ଟ୍ରପତି ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ପଂକ୍ତି ଉଦ୍ଧୃତ କରିଥିଲେ । ମହିଳା ସଶକ୍ତୀକରଣ ପ୍ରସଙ୍ଗ ଉଠାଇ ଶ୍ରୀମତୀ ମୁର୍ମୁ  ଉତ୍କଳ ଭାରତୀଙ୍କ ଏକ ପଂକ୍ତି ଉଦ୍ଧୃତି କରି  କହିଥିଲେ, ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବଢ଼ିଛି । ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ମହିଳାଙ୍କ ଗରିମା ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଝିଅଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ପିଏମ ଆବାସ ଯୋଜନାର ପଞ୍ଜୀକରଣ ମଧ୍ୟ ମହିଳାଙ୍କ ନାମରେ କରାଯାଉଛି ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ,  ୨୦୪୭ ସୁଦ୍ଧା ଆମେ ଏକ ସମୃଦ୍ଧ ଭାରତ ଗଠନ କରିବା ଯାହା ଅତୀତର ଗୌରବ ସହ ଜଡିତ ଥିବା, ଯେଉଁଠି ଆଧୁନିକତାର ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିବ । ସେ ଦେଶରେ କେହି ଗରିବ ନ ଥିବେ, ସମସ୍ତେ ଥିବେ ମଧ୍ୟମ ବର୍ଗ ଓ ବିଭବଶାଳୀ ।

ସେ କହିଥିଲେ, କରୋନା କାଳରେ ଗରିବଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଇଥିଲା  । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩.୫ ଲକ୍ଷ କୋଟି ଖର୍ଚ୍ଚ ହୋଇଛି  । ସାରା ବିଶ୍ୱରେ ଏବେ ଗରିବ କଲ୍ୟାଣ ଅନ୍ନ ଯୋଜନାର ପ୍ରଶଂସା କରାଯାଉଛି ।  ପ୍ରତି ଘରକୁ ପାଣି ପହଞ୍ଚାଇବାକୁ ଜଳଜୀବନ ମିଶନ ଆରମ୍ଭ ହୋଇଛି  । ବିଗତ ବର୍ଷରେ ସରକାର ୩.୫ କୋଟି ପରିବାରକୁ ପକ୍କା ଘର ଦେଇଛି  । ଗରିବ ପରିବାରକୁ ମାଗଣା ପାଣି, ବିଜୁଳି ଦିଆଯାଉଛି ।  ଏହାଦ୍ୱାରା ସରକାର ଗରିବଙ୍କ ପାଖରେ ପହଞ୍ଚିଥିବା ପ୍ରତୀୟମାନ ହୋଇଛି ।

ଦେଶର  ପ୍ରଗତି ଉପରେ ସୂଚନା ଦେଇ ରାଷ୍ଟ୍ରପତି କହିଥିଲେ,  ୨୦୧୪ରେ ଦେଶରେ ୭୪ ଏୟାରପୋର୍ଟ ଥିଲା, ଏବେ ୧୪୭ରେ ପହଞ୍ଚିଛି  ।   ଛୋଟ ଛୋଟ ସହରକୁ ବିମାନ ସେବା ମିଳିଛି  । ରେଳ ସୁରକ୍ଷା ପାଇଁ ଦେଶୀୟ କବଚ ଜ୍ଞାନକୌଶଳ ବିକଶିତ ହୋଇଛି  । ଅକ୍ଷୟ ଶକ୍ତି ଉତ୍ପାଦନରେ ଭାରତ ଆଜି ବିଶ୍ୱରେ ଚତୁର୍ଥ ହୋଇଛି  ।

Leave A Reply

Your email address will not be published.