ଜଯପୁର : ଜିଏସ୍ଟି ଟିମ୍ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ଜୟପୁରରେ ଏପରି ଘଟଣା ଘଟିଛି । ମୃତ ସୁନା ବ୍ୟବସାୟୀଙ୍କ ନାଁ ପି. ହରପ୍ରସାଦ। ସେ ଜୟପୁର ସ୍ଥିତ ନ୍ୟୁ ବାସେବୀ ଜ୍ୱେଲର୍ସର ମାଲିକ। ସୂଚନା ମୁତବକ, ଗତକାଲି ରାତିରେ ଦୀପାବଳି ପାଳନ କରି ସେ ଶୋଇବାକୁ ଯାଇଥିଲେ। ନିଦରୁ ଉଠିବାରେ ବିଳମ୍ବ ହେବାରୁ ତାଙ୍କ ମା’ ଓ ସ୍ତ୍ରୀ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ସବୁ ପରେ ମଧ୍ୟ ସେ ଉଠି ନଥିଲେ। ପରେ ପଡ଼ୋଶୀଙ୍କ ସହାୟତାରେ ତୁରନ୍ତ ପି. ହରପ୍ରସାଦଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି।
ଗତ ମଙ୍ଗଳବାର ଧନତେରାସ ଥିବା ବେଳେ ରାଜ୍ୟର ବିଭିନ୍ନ ସୁନା ଦୋକାନରେ ସିଟି ଓ ଜିଏସ୍ଟି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୟପୁରରେ ପି. ହରପ୍ରସାଦଙ୍କ ଦୋକାନରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେହି ଦିନଠାରୁ ପି. ହରିପ୍ରସାଦ ଚାପଗ୍ରସ୍ତ ଥିଲେ ବୋଲି ସୂଚନା ମିଳିଛି।
ଉତ୍ସବ ସମୟରେ ଏଭଳି ଚଢ଼ାଉ ତାଙ୍କୁ ଆଘାତ ଦେଇଥିବା ହରପ୍ରସାଦଙ୍କ ଭାଇ କହିଛନ୍ତି। ଘଣ୍ଟାଏ କହି ସିଟି ଓ ଜିଏସ୍ଟି ଟିମ୍ ୬ରୁ ୭ ଘଣ୍ଟା ଧରି ଦୋକାନ ଓ ଘରେ ସର୍ଚ୍ଚ କରିଥିଲା।ଏହି ଚଢାଉ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ପି. ହରିପ୍ରସାଦଙ୍କ ମୃତ୍ୟୁ ପରେ ଜୟପୁର ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ସିଟି ଓ ଜିଏସ୍ଟିର ଚଢ଼ାଉକୁ ସମାଲୋଚନା କରାଯାଇଛି।
Comments are closed.