Latest Odisha News

‘୧୯୭୧ ମସିହା ପରି ଚଳିତବର୍ଷ ରଥଯାତ୍ରା ଆମ ପାଇଁ ବଡ ଦାୟିତ୍ୱ’

ପୁରୀ: ସ୍ନାନଯାତ୍ରା ଓ ରଥଯାତ୍ରାର ସୁପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି ଯେ, ରଥଯାତ୍ରା ସରିବା ପରେ ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତକୁ ପ୍ରାଥମିକତା ଦିଆଯିବ । ଦୁଇ ରୁ ତିନି ମାସ ମଧ୍ୟରେ ଏନେଇ ଏକ ଖସଡ଼ା ପ୍ରସ୍ତୁତ କରାଯିବ । ତେବେ ଚଳିତବର୍ଷର ରଥଯାତ୍ରା ଆୟୋଜନ ମୁଖ୍ୟ ଚ୍ୟାଲେଞ୍ଜ ହେବ । ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ ହେଉଛି । ବିନା ଦ୍ଵିଧାରେ ଠିକ୍ ସମୟରେ ରଥଯାତ୍ରା ନୀତି ସମ୍ପର୍ଣ୍ଣ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ସମସ୍ତଙ୍କ ସହଯୋଗରେ ରଥଯାତ୍ରା ଶୃଙ୍ଖଳିତ କରିବାକୁ ପଡିବ । ରଥାରୂଢ ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୧୯୭୧ ମସିହା ପରି ଚଳିତବର୍ଷ ରଥଯାତ୍ରା ଆମ ପାଇଁ ବଡ ଦାୟିତ୍ୱ । ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଆସନ୍ତା ୧୯ ତାରିଖରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ସମସ୍ତଙ୍କ ଲକ୍ଷ୍ୟ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ହେଉ । ମହାପ୍ରଭୁଙ୍କ ଆର୍ଶୀବାଦରେ ରଥଯାତ୍ରା ଶୃଙ୍ଖଳିତ ହେବ । କାହାର କେଉଁ କେଉଁ ଭୂମିକା ରହିବ ସେନେଇ ବୈଠକରେ ଆଲୋଚନା ହୋଇଛି । ଚଳିତବର୍ଷ ରଥଯାତ୍ରା ବିରଳ ରଥଯାତ୍ରା, ଏଣୁ ଏହାକୁ ସୁରୁଖୁରୁରେ କରିବା ନେଇ ସମସ୍ତଙ୍କ ଦାୟିତ୍ୱ ରହିଥିବାରୁ ସହଯୋଗ ଲୋଡିଛନ୍ତି ଆଇନମନ୍ତ୍ରୀ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକ, ଜିଲ୍ଲାପାଳ, ଏସପି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ସେପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ସେବାୟତମାନଙ୍କ ସହ ଆଲୋଚନା ହୋଇଛି । ଦଇତାପତି ନିଯୋଗ ସହ ମଧ୍ୟ ଆଲୋଚନା ହୋଇଥିବା ବେଳେ ନୀତି ଶୃଙ୍ଖଳିତ କରାଯାଇ ସବୁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ପୃଥ୍ୱୀରାଜ ।

ଅନ୍ୟପଟେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ସମ୍ପର୍କୀତ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ତେବେ ସିଂହଦ୍ଵାର ନିକଟରେ ପୃଥ୍ୱୀରାଜ ହରିଚନ୍ଦନ ପହଞ୍ଚିବା ପରେ ପ୍ରଥମେ ଅରୁଣସ୍ତମ୍ବକୁ ମୁଣ୍ଡିଆ ମାରିବା ସହ ସିଂହଦ୍ଵାର ସମ୍ମୁଖରେ ଲମ୍ବ ହୋଇ ପ୍ରଣାମ କରିଥିଲେ ।

Leave A Reply

Your email address will not be published.