Latest Odisha News

BREAKING NEWS

ମାଛ ପାଇଁ ଲଙ୍କାକାଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ

ଭୁବନେଶ୍ବର: ମାଛ ଖାଇବାକୁ ନଦେବାରୁ ହତ୍ୟା । ତା’ବି ପୁଣି ରାଜଧାନୀ ଛାତି ଉପରେ । ଡମଣା ଛକ ସ୍ଥିତ ଏକ ହୋଟେଲରେ ଘଟିଛି ଏହି ହତ୍ୟାକାଣ୍ଡ । ଜଣେ କର୍ମଚାରୀ ଅନ୍ୟ ଜଣଙ୍କୁ ପନିକିରେ ହାଣି ହତ୍ୟା କରିଛି । କେବଳ ସେତିକି ନହେଁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହ ଲୁଚାଇବାକୁ ଅନେକ ଚେଷ୍ଟା ମଧ୍ୟ କରିଛି । କିନ୍ତୁ ଅନ୍ୟ କର୍ମଚାରୀ ମାନେ ଦେଖିଦେବାରୁ ମୃତଦେହକୁ ଛାଡି ଫେରାର୍ ହୋଇଯାଇଛି ଅଭିଯୁକ୍ତ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ୪୫ ବର୍ଷିୟ ପିତାମ୍ବର ଜେନା । ଡମଣା ସ୍ଥିତ ମା’ ତାରାଦେଇ ହୋଟେଲରେ କିଛି ଦିନ ହେବ କାମ କରୁଥିଲେ ପିତାମ୍ବର । ତେବେ ହୋଟେଲର ସମସ୍ତ କାମ ସରିବା ପରେ ହୋଟେଲର ଜଣେ କର୍ମଚାରୀ ପିତାମ୍ୱରଙ୍କୁ ମାଛ ଖାଇବାକୁ ମାଗିଥିଲେ । କିନ୍ତୁ ତାଙ୍କୁ ମାଛ ଦେଇନଥିଲେ ପିତାମ୍ବର । ଯେଉଁଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ଅଭିଯୁକ୍ତ କର୍ମଚାରୀ ଜଣଙ୍କ । କ୍ରାଧରେ ଆସି ହୋଟେଲର କର୍ମଚାରୀ ପିତାମ୍ବରଙ୍କୁ ପନିକିରେ ହାଣି ହତ୍ୟା କରିଥିଲେ ଉକ୍ତ କର୍ମଚାରୀ ଜଣଙ୍କ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହ ଲୁଚାଉଥିବା ବେଳେ ଅନ୍ୟ କର୍ମଚାରୀମାନେ ଦେଖିଥିଲେ । ଫଳରେ ମୃତଦେହକୁ ସେଠାରେ ଛାଡି କେଉଁଆଡେ ଫେରାର୍ ହୋଇଯାଇଛି ଅଭିଯୁକ୍ତ । ଏନେଇ ହୋଟେଲ ମାଲିକ ପୋଲିସକୁ ଖବର ଦେବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.