Latest Odisha News

BREAKING NEWS

ଇସ୍ରାଏଲ ଟାର୍ଗେଟରେ ଇରାନର ପରମାଣୁ ବୈଜ୍ଞାନିକ

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ କରିଛି ଆକ୍ରମଣ । ଏହା ଆଗକୁ କରାଳ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଇରାନର ପରମାଣୁ ଅଭିଯାନକୁ ଦୁର୍ବଳ କରିବା ପାଇଁ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ଓ ସେନା ସ୍ୱତନ୍ତ୍ର ମିଶନ ଚଳାଇଛନ୍ତି । ରିପୋର୍ଟ ମୁତାବକ ୨୦୦୭ ପରଠାରୁ ଇରାନର ୧୩ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟି ସାରିଛି । ଏହା ପଛରେ ଇସ୍ରାଏଲର ହାତ ରହିଛି । ୧୩ ଜୁନ ୨୦୨୫ରେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା । ଏଥିରେ ୬ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି ।

ଏଟୋମିକ ଏନର୍ଜି ଅର୍ଗାନାଇଜେଶନର ପୂର୍ବ ମୂଖ୍ୟ ଏବଂ ନ୍ୟୁକ୍ଲିୟର ଫିଜିକ୍ସର ବୈଜ୍ଞାନିକ ଫରୟୁଦ୍ଦିନ ଅବାସୀ ଓ ଥିଏରେଟକାଲ ଫିଜିକ୍ସର ମହମ୍ମଦ ମେହଦୀ ତହରାଂଚୀଙ୍କ ମୃତ୍ୟୁ ଇରାନକୁ ବ୍ୟକଫୁଟକୁ ଠେଲି ଦେଇଛି । ଏମାନଙ୍କ ବ୍ୟତୀତ ଅବଦୁଲହମୀଦ ମୀନୁଚହର, ଅହମଦରେଜା ଜୋଲାଫାଗାରୀ, ସୟେଦ ଅମୀର ୟୁସେନ ଫେକି ଓ ମୁତଲବୀଜାଦେହ ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ଘଟିଛି । ୧୫ ଜାନୁୟାରୀ ୨୦୦୭ରେ ଇଲେକ୍ଟ୍ରୋମ୍ୟାଗ୍ନେଟିଜିୟମ କ୍ଷେତ୍ରର ବିଶେଷଜ୍ଞ ଅର୍ଦ୍ଦଶୀର ହୋସେନପରଙ୍କ ମୃତ୍ୟୁ ଗ୍ୟାସ ଏବଂ ରେଡିଏଶନ ବିଷରେ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଥିଲା । ୧୨ ଜାନୁୟାରୀ ୨୦୧୦ରେ କ୍ୱାଂଟମ ଫିଜିକ୍ସର ଫ୍ରଫେସର ମସୁଦ ଅଲୀ ମୋହମ୍ମଦୀ ବାଇକ ବିସ୍ଫୋରଣରେ, ୨୯ ଡିସେମ୍ବର ୨୦୧୦ରେ ନ୍ୟୁଟନ ଟ୍ରାନ୍ସପୋର୍ଟ ଉପରେ କାମ କରୁଥିବା ବୈଜ୍ଞାନିକ ମାଜିଦ ଶହରୟାରୀ ବୋମା ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ । ଫରୟଦୁନ ଅବାସୀଙ୍କ ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ ସେ ବଂଚି ଯାଇଥିଲେ ।

୧୧ ଜାନୁୟାରୀ ୨୦୧୨ରେ ୟୁରାନିୟମ ଏନରିଚମେଂଟ ଟେକନିକରେ କାମ କରୁଥିବା ମୋସ୍ତଫା ଅହମଦୀ ରୋଶନ ବାଇକ ବିସ୍ଫୋରଣରେ ପ୍ରାଣ ହରାଇଥିଲେ । ୨୩ ଜୁଲାଇ ୨୦୧୧ରେ ନ୍ୟୁଟ୍ରନ ଟେକ୍ନୋଲୋଜି ଏକ୍ସପର୍ଟ ଦରିୟାଶୁ ରେଜାଇନେଜାଦ ଗୁଳି ମାଡରେ ଏବଂ ନ୍ୟୁକ୍ଲିୟର ପ୍ରମୁଖ ମୋହସୀନ ଫଖରଜାଦେଙ୍କୁ ରିମୋଟ କଂଟ୍ରୋଲ ମେଶିନ ଗନରେ ହତ୍ୟା କରାଯାଇଥିଲା । ଏହି ବୈଜ୍ଞାନିକମାନେ ଇରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ବହୁତ ଆଗକୁ ନେଇ ଯାଇଥାନ୍ତେ । ଯାହାକି ଇସ୍ରାଏଲ ପାଇଁ ବିପଦ ସୃଷ୍ଟି କରିଥାନ୍ତା । ଇସ୍ରାଏଲ ଏମାନଙ୍କୁ ହତ୍ୟା କରି ନିଜକୁ ବଂଚାଉଛି ବୋଲି ଦାବୀ କରୁଛି ।

 

Comments are closed.