Latest Odisha News

BREAKING NEWS

ପ୍ରେମିକକୁ ଟାଙ୍ଗିଆରେ ହାଣିଲା ପ୍ରେମିକାର ବାପା

ରାୟଗଡ଼ା: ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ । ବିବାହର ପ୍ରଲୋଭନ ଦେଖାଇ ଘରକୁ ଝିଅକୁ ଡାକିଲା ବାପା । ପରେ ଝିଅର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ ।

ମୃତ ଯୁବକ ଜଣଙ୍କ ହେଲେ କାଶୀପୁର ବ୍ଲକ ଅଡାଯୋର୍‌ ପଞ୍ଚାୟତ ଅଡାଟାକିରି ଗାଁର ମଙ୍ଗଲସିଂ ମାଝୀ । ସେ କାଶୀପୁର ଥାନା ଅଞ୍ଚଳର ବିଜୟ ମାଝୀଙ୍କ ଝିଅକୁ ଭଲ ପାଉଥିଲେ । ବିଜୟଙ୍କ ଝିଅ ୩ ଦିନ ତଳେ ପ୍ରେମିକ ମଙ୍ଗଲଙ୍କ ସହ ଘରୁ ଫେରାର ହୋଇଯାଇଥିବା ବାପା ଜାଣିବାକୁ ପାଇଥିଲେ । ଏହାପରେ ଝିଅକୁ ଘରକୁ ଫେରାଇ ଆଣିବାକୁ ବିଜୟ ରଚିଥିଲେ ଷଡ଼ଯନ୍ତ୍ର । ଉଭୟଙ୍କର ବିବାହ କରାଇଦେବେ ବୋଲି ଫୋନ୍ ଯୋଗେ କହିଥିଲେ । ଦୁହିଁକୁ ଘରକୁ ଫେରିଆସିବା ପାଇଁ ମଧ୍ୟ କହିଥିଲେ ।

ପରେ ଝିଅ ଓ ତାର ପ୍ରେମିକ ମଙ୍ଗଲ ସିଂ ଘରକୁ ଫେରିଥିଲେ ହେଲେ ବାପା ବିଜୟ ମାଝୀ ରାଗରେ ଜର୍ଜରିତ ହୋଇ ଟାଙ୍ଗିଆରେ ଆକ୍ରମଣ କରି ମଙ୍ଗଲ ସିଂ ଙ୍କୁ ହତ୍ୟା କରିଛି । ଅନ୍ୟପଟେ ଝିଅର ଅବସ୍ଥା ଗୁରୁତର ରହିଛି । ଚିକିତ୍ସା ପାଇଁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବିଜୟ ଫେରାର ହୋଇଯାଇଛି । ଖବରପାଇ କାଶୀପୁର ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.