Latest Odisha News

BREAKING NEWS

୩ ଶାଳକଙ୍କୁ ହତ୍ୟା କଲା ନିଶାସକ୍ତ ଭିଣୋଇ

ମାଲକାନଗିରି: ୩ ଶାଳକଙ୍କୁ ହତ୍ୟା କଲା ନିଶାସକ୍ତ ଭିଣୋଇ । ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସୂଚନା । ଏଭଳି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ । ମୃତକ ହେଲେ ଦୋରାଗୁଡା ପଞ୍ଚାୟତ କୋପାଗୁଡା ଗାଁର ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ ଓ କ୍ରିଷ୍ଣା ଖେମୁଡୁ । ମୃତକଙ୍କ ମଧ୍ୟରୁ ୨ ଜଣ ଚିତ୍ରକୋଣ୍ଡାର ଓ ଜଣେ ନବରଙ୍ଗପୁରର ।

ସୋମବାର ନିଜ ଭଉଣୀ ଘରକୁ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆନ୍ଧ୍ରପ୍ରଦେଶ ସୁଲେରୁ ଯାଇଥିଲେ ୩ ଭାଇ । କୌଣସି କଥାକୁ ନେଇ ଭିଣୋଇ ଓ ଶଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ରାଗିଯାଇ ରାତିରେ ଶୋଇଥିବାବେଳେ ୩ ଶଳାଙ୍କୁ ଆକ୍ରମଣ କରିଥିଲା ନିଶାସକ୍ତ ଭିଣୋଇ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି ।

Comments are closed.