Latest Odisha News

BREAKING NEWS

ଶ୍ରୀକ୍ଷେତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ

ପୁରୀ:ଆସନ୍ତା ଜାନୁୟାରୀ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ । ଏହା ସହ ପଲ୍ଲିଶ୍ରୀ ମେଳା ଓ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଯିବ ବୋଲି ସ୍ଥିର ହୋଇଛି । ସର୍କିଟ ହାଉସ ସମ୍ମିଳନୀ ଗୃହରେ ମହୋତ୍ସବ ଆୟୋଜନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମହୋତ୍ସବ କମିଟିର ଯୁଗ୍ମ ସମ୍ପାଦକ ଚକ୍ରଧର ମହାପାତ୍ର ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରିବା ବୋଲି କହିଥିଲେ । ୮ ଟି ଆଖଡା ଓ ୬୦ ଯାଗା ଘର ଏଥିରେ ସାମିଲ ହୋଇ ସେମାନଙ୍କ ପାରମ୍ପରିକ କଳା କୌଶଳ ଯଥା ସାହିଯାତ, ନାଗା, ଆଖଡା ଇତ୍ୟାଦି ଏଥିରେ ପ୍ରଦର୍ଶନ ।

ଜାନୁଆରୀ ୩ ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଆୟୋଜନ କରାଯିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ମିହିର ପ୍ରସାଦ ପଣ୍ଡା, ରାମଚନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ, ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡି, ନରେନ୍ଦ୍ର ମହାନ୍ତି, ଶ୍ୟାମ ସୁନ୍ଦର ମହାପାତ୍ର , ହେମନ୍ତ ବେହେରା, ସରୋଜ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଦାସ, ଚନ୍ଦନ ସାହୁ ଅନ୍ୟାନ୍ୟ ଅଧିକାରୀ ଓ କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.