ବିଳାଶପୁର: ଛତିଶଗଡ ଦନ୍ତେଓ୍ବାଡା ମାଓ ଆକ୍ରମଣ ପରେ ସିଆରପିଏଫ ଯବାନ ଓ ଗରିଆବନ୍ଧ ପୋଲିସର ମିଳିତ ଅପରେସନ
ଜୋରଦାର ହୋଇଛି। ଛତିଶଗଡ଼ ଜୁଗାଡ଼ ଥାନା କର୍ଲାଗୁଡ଼ା ଜଙ୍ଗଲରେ ସିଆରପିଏଫ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଅପରେସନ ବେଳେ ହୋଇଥିବା ଏହି ଗୁଳିବିନିମୟରେ କୋବରା ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି। ଜୁଗାର ଥାନା ଅନ୍ତର୍ଗତ କୁର୍ଲାଗୁଡା-ଭାଟାପାଣି ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି।
ଗୁଳିମାଡ ହେବା ପରେ ସଂପୃକ୍ତ ମାଓବାଦୀଙ୍କ ବାମ ଗୋଡ ସହିତ ଶରୀରର ଅନେକ ସ୍ଥାନରେ ମଧ୍ୟ ଗୁଳି ବାଜିବାରୁ ମୃତ୍ୟୁ ଘଟିଛି। ଯବାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ନନ୍ଦଲାଲ ନିହତ ହୋଇଛି। ନନ୍ଦଲାଲ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏହି ଅପରେସନ ବେଳେ ଆଉ କେତେ ଜଣ ମାଓବାଦୀ ଥିଲେ ତାହା ଅସ୍ପଷ୍ଚ ରହିଛି।
ଛତିଶଗଡ ଦନ୍ତେଓ୍ୱାଡା ବିସ୍ପୋରଣ ପଛରେ ନକ୍ସଙ୍କର ହାତ ଥିବା ସ୍ପଷ୍ଟ ହୋଇଛି। ପିଏଲଜିଏ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ଦରଭା ଡିଭିଜନ ସଚିବ ସାଇନାଥ ଏ ସମ୍ପର୍କରେ ଏକ ପ୍ରେସ ନୋଟ୍ ଜାରି କରିଛନ୍ତି। ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଅରଣପୁର ଆକ୍ରମଣ ହେଉଛି ଏକ ପ୍ରତିକ୍ରିୟା।
ବସ୍ତରର ପୋଲିସ ଏବଂ ସୁରକ୍ଷା ବାହିନୀ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ଯେଉଁଥିରେ ଘଟଣା ସହ ଜଡିତ ସମ୍ପୂର୍ଣ୍ଣ ତଥ୍ୟ ବାବଦରେ ସେ ଅବଗତ ହୋଇଥିଲେ। ବୈଠକ ପରେ ଭୁପେଶ ବାଘେଲ କହିଛନ୍ତି, ନକ୍ସଲମାନେ ଆଗକୁ ଅଧିକ ଯନ୍ତ୍ରଣା ଭୋଗିବେ। ସେମାନଙ୍କୁ ଏକ ଉପଯୁକ୍ତ ଜବାବ ଦିଆଯିବ।
Comments are closed.