Latest Odisha News

ପୋଖରୀରେ ବୁଡି ଜଣେ ନାବାଳକ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଘଟିଛି ଅଘଟଣ । ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବାର ଖବର ମିଳିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗାଁ ଖଣ୍ଡିଆବନ୍ଧ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି ।

ମୃତ ନାବାଳକ ଜଣଙ୍କ ଅଁଳାବେରେଣୀ ଗାଁ ଜୁଆଙ୍ଗସାହିର ବିଭୂତି ପ୍ରଧାନଙ୍କର ୧୦ ବର୍ଷର ପୁଅ ପ୍ରଭାକର ପ୍ରଧାନ । ପ୍ରଭାକର ନିଜ ସାଙ୍ଗ ମାନଙ୍କ ସହିତ ଘର ପାଖ ଖଣ୍ଡିଆବନ୍ଧ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ଜଳରେ ବୁଡି ଯାଇଥିଲେ । ଦୀର୍ଘ ୧ ଘଣ୍ଟା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଭାକରଙ୍କ ମୃତ୍ୟୁକୁ ନେଇ କିଛି ସମୟ ଧରି ଅଁଳାବେରେଣୀ ମେଡ଼ିକାଲ ପରିସରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Comments are closed.