Latest Odisha News

BREAKING NEWS

ସାମ୍ବାଦିକଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଏଏସପି ଜୟକୃଷ୍ଣ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବହିଷ୍କାର କରିବାକୁ ଦାବି ହୋଇଛି। ସାମ୍ବାଦିକଙ୍କୁ ଏଏସପି ଆକ୍ରମଣ କରିଥିଲେ। ଏଥିସହ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାପରେ ସଂପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ଗତକାଲି ନବରଙ୍ଗପୁର ଅତିରିକ୍ତ ଏଏସପି ସାମ୍ବାଦିକଙ୍କୁ ବାଡି ଧରି ମାଡ଼ ମାରିବାକୁ ପ୍ରୟାସ କରିଥିଲେ। ଏଥିସହ ପାଖରେ ଉପସ୍ଥିତ ଥିବା ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ନିନ୍ଦା କରିବା ସହ ଡ଼ିଆଇଜି ସ୍ତରରେ ତଦନ୍ତ କରି ସମ୍ପୃକ୍ତ ଏଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଚାକିରୀରୁ ବହିସ୍କୃତ କରିବା ପାଇଁ ଦାବି କରିଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଦଳର ନେତା। ସାତ ଦିନ ମଧ୍ୟରେ ସରକାର ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତା’ହେଲେ ଜିଲ୍ଲାର ଚକ ଅଖ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ଓ ବିଜେପି।

Leave A Reply

Your email address will not be published.