Latest Odisha News

BREAKING NEWS

ଶାଢୀ ଉପହାର ପାଇଁ ପଦ୍ମଶ୍ରୀ ବୀରେନ କୁମାର ବସାକଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ:ବଙ୍ଗୀୟ ବୁଣାକାରଙ୍କୁୂ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଏକ ସ୍ୱତନ୍ତ୍ର ଶାଢୀ ଉପହାର ପାଇବା ପରେ ପ୍ରଧାନମନ୍ତ୍ରୀ ପଦ୍ମଶ୍ରୀ ସମ୍ମାନରେ ବିଭୂିଷିତ ବଙ୍ଗୀୟ ବୁଣାକାର ବୀରେନ କୁମାର ବସାକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଭଳି ଉପହାର ପାଇବା ପରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତିା ସେ ଟ୍ୱିଟ କରି ଲେଖିଛନ୍ତି ଶ୍ରୀ ବିନେର କୁମାର ବସାକ ପଶ୍ଚିମ ବଙ୍ଗର ନଦିଆ ଅଞ୍ଚଳର। ତାଙ୍କ ବୁଣାକାରୀ ଅତ୍ୟନ୍ତ ଉଚ୍ଚ କୋଟିର।ଶାଢୀରେ ଭାରତୀୟ ଇତିହାସ ଏବଂ ସଂସ୍କୃତି ଚିତ୍ରଣ କରୁଥିବା ଜଣେ ଖ୍ୟାତିନାମା ବୁଣାକାର। ପଦ୍ମଶ୍ରୀ ପାଇଥିବା ବ୍ୟକ୍ତିମାନଙ୍କ ସହ ଆଳାପ ବେଳେ ସେ ମୋତେ ଦେଇଥିବା ଉପହାରକୁ ମୁଁ ଭୁଲିପାରିବିନି।

ଶାଢୀ ବିକିବାକୁ ୭୦ ଦଶକରେ ବିରେନ କୁମାର ବସାଙ୍କ ଭାଇଙ୍କ ସହ ମିଶି ଦ୍ୱାର ଦ୍ୱାର ବୁଲୁଥିଲେ। ବର୍ତ୍ତମାନ ୨୫ କୋଟି ଟଙ୍କାର ବିଜନେଓ ଚଳାଉଥିବା ବସାକ ତାଙ୍କ ଅତୀତକୁ ଭୁଲିନାହାନ୍ତି। ଦୈନିକ ସକାଳୁ ଆମେ କୋଲକାତା ଯିବା ପାଇଁ ଟ୍ରେନ ଧରୁ। ସହର ରାସ୍ତାରେ ମୋ ଭାଇ ଓ ମୁଁ ଶାଢୀ ଗଣ୍ଠିଲା ଧରି କବାଟ ବାଡଉ।ପରେ ଆମର ଗ୍ରାହକ ବଢ଼ିଲେ।ସେତେବେଳେ ସାଢୀ ଖଣ୍ଡକ ଦର ୧୫ ଟଙ୍କାରୁ ୩୫ ଟଙ୍କା ଥିଲା।ସେମାନଙ୍କର ଅନ୍ୟ ଗ୍ରାହକ ମାନଙ୍କ ମଧ୍ୟରୁ ସ୍ୱତନ୍ତ୍ର ଗ୍ରାହକ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସୌରଭ ଗାଙ୍ଗୁଲୀ, ଆଶା ଭୋଁସ୍‌ଲେ ଏବଂ ଲତା ମଙ୍ଗେସକର। ସତ୍ୟଜିତ ରାୟ ଏବଂ ହେମନ୍ତ ମୁଖୋପାଧ୍ୟାୟ ମଧ୍ୟ ତାଙ୍କର ଗ୍ରାହକ ଥିଲେ।

ପାରଦର୍ଶିତା ଏବଂ କାରିଗରୀ ପାଇଁ ୨୦୧୩ରେ ବସାକ ଜାତୀୟ ପୁରସ୍କାର ପାଇଥିଲେ। ହସ୍ତତନ୍ତ ଶାଢ଼ିରେ ରାମାୟଣ ବର୍ଣ୍ଣନା କରି ସେ ଇଂଲଣ୍ଡସ୍ଥିତ ‘ୱାର୍ଲଡ୍‌ ରେକର୍ଡ ୟୁନିଭର୍ସିଟି’ରୁ ସମ୍ମାନସୂଚକ ଡକ୍ଟରେଟ୍‌ ପାଇଥିଲେ।ମାତ୍ର ୧ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ବସାକଙ୍କ ପାଇଁ ଏବେ ୫୦୦୦ରୁ ଊର୍ଦ୍ଧ୍ବ ବୁଣାକାର କାର୍ଯ୍ୟ କରୁଛନ୍ତି। ଏହି ପୁରସ୍କାରର ବାସ୍ତବ ଗ୍ରହୀତା ହେଉଛନ୍ତି ସେହି ସବୁ କାରିଗର। ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।

Leave A Reply

Your email address will not be published.