Latest Odisha News

BREAKING NEWS

ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌ ପରେ ଜରୁରୀ ବୈଠକ ଡକାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌ ପରେ ଚେତିଲେ ଦିଲ୍ଲୀ ସରକାର। ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା, ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ଦିଲ୍ଲୀର ମୁଖ୍ୟ ସଚିବ ଯୋଗଦେବେ।

ଉଲ୍ଲେଖ ଥାଉ କି, ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀର ପରିସ୍ଥିତି ଚିନ୍ତାର ବିଷୟ ହୋଇଛି। ସମସ୍ତ ଉଦ୍ୟମ ସତ୍ତ୍ୱେ ଏଠାରେ ପ୍ରଦୂଷଣ ନିୟନ୍ତ୍ରଣ କରାଯାଉନାହିଁ। ଏହି ସମୟରେ ବାୟୁ ପ୍ରଦୂଷଣ ହେତୁ ଶୁକ୍ରବାର ଜରୁରୀକାଳୀନ ପରିସ୍ଥିତି ଉପୁଜିଥିଲା।

ଆଜି ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ସମଗ୍ର ଅଞ୍ଚଳରେ ୨ ଦିନିଆ ଲକ୍‌ଡାଉନ୍‌ ଜାରି କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଦିଲ୍ଲୀ ସରକାର ଜରୁରୀକାଳୀନ ବୈଠକ ଡାକିଛନ୍ତି।

Leave A Reply

Your email address will not be published.