Latest Odisha News

BREAKING NEWS

ମୁସଲିମ ଝିଅ କଣ୍ଠରୁ ଅନର୍ଗଳ ଝରି ପଡୁଛି ହିନ୍ଦୁ ବେଦ ମନ୍ତ୍ର…

କେନ୍ଦ୍ରାପଡା: ହିନ୍ଦୁ ଧର୍ମର ବେଦ ମନ୍ତ୍ରକୁ ମନେ ରଖିବା ଯେତିକି କଷ୍ଟ ଏହାକୁ ସଠିକ ଭାବେ ଉଚ୍ଚାରଣ କରି ଗାନ କରିବା ଆହୁରି ମଧ୍ୟ କଷ୍ଟକର । ତେବେ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ସ୍ଥାନୀୟ ଅଞ୍ଚଳର ଜଣେ ମୁସଲିମ ଝିଅ କଣ୍ଠରୁ ଝରି ପଡୁଛି ଅନର୍ଗଳ ହିନ୍ଦୁ ବେଦ ମନ୍ତ୍ର । ସେ କେବଳ ଏହି ମନ୍ତ୍ରକୁ ସ୍ମରଣ ରଖି ନାହାନ୍ତି ବରଂ ଏହାକୁ ଏକ ପଣ୍ଡିତ ଭଳି ସିଦ୍ଧ ଉଚ୍ଚାରଣ ମଧ୍ୟ କରିଛନ୍ତି । ଏହି ଝିଅର ନାମ ହେଉଛି ସମଜନା ଖାନ ।

ଆର୍ଥିକ ପ୍ରତିବନ୍ଧକ ହେତୁ ମାଟ୍ରିକ୍ ପରେ ସମଜନାଙ୍କ ପାଠ ପଢ଼ାରେ ଡୋରି ଲାଗିଲା । ତେବେ ନିଜର କଠିନ ପରିଶ୍ରମ ତଥା କିଛି କରି ଦେଖାଇବାର ଜିଦ ରେ ସମଜନା ଆଜି ବେଦ ମନ୍ତ୍ରକୁ ଅତି ପ୍ରାଞ୍ଜଳ ଭାବେ ଗାଇ ପାରୁଛନ୍ତି । ଏପରିକି ସେ ଭଗବାନ ଗଣେଶ ଓ ମା ସରସ୍ଵତୀ ଙ୍କର ଭଜନ କରନ୍ତି ।

ସମଜନାଙ୍କ ବାପା ଶାରିରୀକ ବିକଳାଙ୍ଗ ହୋଇଥିବାରୁ ତାଙ୍କ ମା ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି।

ଏକ ଭିନ୍ନ ଧର୍ମର ହୋଇଥିବା ସତ୍ତ୍ୱେ ସମଜନାଙ୍କ ମାଆ ତାଙ୍କୁ ନିଜ ସ୍ୱପ୍ନକୁ ଅନୁସରଣ କାରିବାକୁ ସମଜନାଙ୍କୁ ଉତ୍ସାହିତ କରନ୍ତି ।

ଯଦିଓ ସମଜନାଙ୍କର ଉଚ୍ଚଶିକ୍ଷା କରିବାକୁ ଇଚ୍ଛା ଅଛି ତେବେ, ପରିବାରର ଆର୍ଥିକ ସ୍ଥିତି ତାଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକତା ସୃଷ୍ଟି କରିଛି । ସମଜନା କହିଛନ୍ତି, “ମୁଁ ଅଧିକ ଅଧ୍ୟୟନ କରିବାକୁ ଚାହୁଁଛି, କିନ୍ତୁ ମୋ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଏଥିରୁ ମତେ ବଞ୍ଚିତ ହେବାକୁ ପଡୁଛି।

Leave A Reply

Your email address will not be published.