Latest Odisha News

୭୦୦ ଫୁଟ ତଳୁ ଠାବ ହେଲା ରହସ୍ୟମୟ ପୋଖରୀ, ଯାହା କ୍ଷୀରରେ ପରିପୂର୍ଣ୍ଣ

ମେକ୍ସିକୋ: ଦୁନିଆର ବିଭିନ୍ନ ସ୍ଥାନରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ବିଷୟରେ ସବିଶେଷ ତଥ୍ୟ ମିଳିବା କଷ୍ଟକର । ଏବେ ଆମେରିକାର ନିଉ ମେକ୍ସିକୋ ରାଜ୍ୟରେ ଏକ ରହସ୍ୟମୟ ପୋଖରୀ ଠାବ କରାଯାଇଛି, ଯାହା କେବଳ କ୍ଷୀରରେ ପରିପୂର୍ଣ୍ଣ । ଏହା ୭୦୦ ଫୁଟ ତଳେ ଲେଚୁଗୁଏଲା ଗୁମ୍ଫା ଭିତରୁ ଆବିଷ୍କୃତ ହୋଇଛି । ଏହାକୁ ଦେଖି ଅନୁସନ୍ଧାନକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଲେଚୁଗୁଏଲା ଗୁମ୍ଫା ହେଉଛି ଦୁନିଆର ସବୁଠାରୁ ଗଭୀର ଗୁମ୍ଫା ଭାବେ ବେଶ୍ ଜଣାଶୁଣା । ଅନୁସନ୍ଧାନକାରୀମାନେ ଏହି ଗୁମ୍ଫା ଭିତରୁ ୭୦୦ ଫୁଟ ତଳେ ଏକ କ୍ଷୀର ଭର୍ତ୍ତି ପୋଖରୀ ଠାବ କରିଛନ୍ତି । ଏହାର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । କାର୍ଲସବାଡ୍ ଗୁମ୍ଫା ଜାତୀୟ ଉଦ୍ୟାନର କର୍ମଚାରୀମାନେ ଏହି ପୋଖରୀକୁ ଏକ ‘ଆଶ୍ଚର୍ଯ୍ୟଜନକ ଦୃଶ୍ୟ’ ବୋଲି କହିଛନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି ଆବିଷ୍କାର ସମ୍ପୂର୍ଣ୍ଣ ପୁରାତନ ଅଟେ । ବାସ୍ତବରେ ଏହା କ୍ଷୀର ନୁହେଁ । ଠାବ ହୋଇଥିବା ପୋଖରୀଟି ଧଳା ବରଫ ଖଣ୍ଡ ଦ୍ୱାରା ଘେରି ରହିଛି । ତେଣୁ ପାଣିର ରଙ୍ଗ କ୍ଷୀର ପରି ଏକ ଅପ୍ଟିକାଲ ଭ୍ରମ ସୃଷ୍ଟି କରୁଛି । ଏହାର ଜଳ ପ୍ରକୃତରେ ପରିଷ୍କାର ଅଟେ । ଗୁମ୍ଫାଗୁଡ଼ିକରେ ଅନୁସନ୍ଧାନ ବେଳେ ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥାଏ ।

 

Comments are closed.