Latest Odisha News

BREAKING NEWS

OSAP ୨ୟ ବାଟାଲିୟନ୍‌ ପରୀକ୍ଷା ପାଇଁ ଅଭ୍ୟାସ ବେଳେ ଟଳି ପଡ଼ିଲେ ଯୁବକ

ଝାରସୁଗୁଡା: OSAP ୨ୟ ବାଟାଲିୟନ୍‌ ପରୀକ୍ଷା ପାଇଁ ଅଭ୍ୟାସ ବେଳେ ଟଳି ପଡ଼ିଲେ ଯୁବକ । ରିଜର୍ଭ ପୋଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ନେପାଳର ବାସିନ୍ଦା ଗୋବିନ୍ଦ କୋମଲ ।

ଖବରମୁତାବକ, ଆସନ୍ତା ୧୭ ତାରିଖରେ ଝାରସୁଗୁଡ଼ାରେ ନିଯୁକ୍ତି ରାଲି ରହିଛି। ଏଥି ପାଇଁ ବହୁ ସଂଖ୍ୟାରେ ପ୍ରାର୍ଥୀମାନେ ଝାରସୁଗୁଡ଼ା ଆସିଛନ୍ତି । ଓଡ଼ିଶା ଷ୍ଟେଟ୍‌ ଆର୍ମ ପୁଲିସ (ଓଏସଏପି)ର ୨ୟ ବାଟାଲିୟନରେ ହେବାକୁ ଥିବା ଯବାନ ନିଯୁକ୍ତି ପ୍ରକ୍ରିୟାରେ ଯୋଗ ଦେଇଥାନ୍ତି ନେପାଳି ଯୁବକ ଜଣକ । କିନ୍ତୁ ଆଜି ରିଜର୍ଭ ପୁଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ହୃଦଘାତରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଛି ।

Comments are closed.