Latest Odisha News

BREAKING NEWS

ଭୁବନେଶ୍ୱର:ରାଜ୍ୟ ସଂଗ୍ରହାଳୟରେ ଖୋଲିବାଜୁ ଯାଉଛି ଦେଶର ସବୁଠୁ ବଡ଼ ଆର୍ଟ ଗ୍ୟାଲେରୀ। ଏହା ଇଣ୍ଡିଆ ହାବିଟାଟସେଣ୍ଟର ଭିଜୁଆଲ ଆର୍ଟସ ଗ୍ୟାଲେରୀ ଠାରୁ ବଡ଼ ହେବ। ଏଠାରେ ୨୫୦ କଳାକୃତି ପ୍ରଦର୍ଶିତ ହେବ।

ଜାନୁଆରୀ ଶେଷ-ଫେବୃଆରୀ ଆରମ୍ଭରେ ଏହି ଗ୍ୟାଲେରୀ ଉଦଘାଟନ କରାଯିବ। ଓଡିଶା ଲଳିତ କଳା ଏକାଡେ଼ମୀର ୨୦୨୦-୨୧ ମସିହା ରାଜ୍ୟ ପୁରସ୍କାର ଓ ପ୍ରଦର୍ଶନୀ ଉତ୍ସବର ଶୁଭାରମ୍ଭ ଏହି ଗ୍ୟାଲେରୀ ପରିସରରୁ ହେବ। ପରେ ବିଭିନ୍ନ ବିଷୟକୁ ନେଇ ନିୟମିତ ଭାବେ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।

ଲଳିତ କଳା ଏକାଡେମୀ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି ଯେ ଶିଳ୍ପୀ ମାନେ ଚାହିଁଲେ ଏହି ଗ୍ୟାଲେରୀକୁ ଧାର୍ଯ୍ୟ ଦର ଦେଇ ବ୍ୟକ୍ତିଗତ ଭାବେ ନିଜ କୃତିକୁ ପ୍ରଦର୍ଶିତ କରିପାରିବେ।ଏହି ଗ୍ୟାଲେରୀକୁ ମିଶାଇ ରାଜ୍ୟ ସ୍ତରରେ ଏକାଡେମୀ ଗ୍ୟାଲେରୀ ସଂଖ୍ୟା ଦୁଇ କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.