Latest Odisha News

BREAKING NEWS

ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବାଲେଶ୍ବର: ପୁଣି ଅଲୋଡା ହେଲା ଶିଶୁକନ୍ୟା । ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକ ନିକଟ ୬୦ ନମ୍ବର ଜାତୀୟ ରାଜପଥ ଧାରିପୋଲ ନିକଟରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି ।

ରାଜପଥ ନିକଟରେ ପଡିଥିବା ଏକ ବ୍ୟାଗ ଭିତରୁ ନବଜାତ ଶିଶୁ କନ୍ୟାଟିର କାନ୍ଦ ଶୁଭିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ରୂପସା ଥାନା ପୋଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ରୂପସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଶିଶୁ କନ୍ୟାଟିର ସ୍ବାସ୍ଥ୍ୟାବସ୍ଥା ଠିକ ହେବା ପରେ ଜିଲ୍ଲା ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛି ପୋଲିସ । ତେବେ କିଏ ଜନ୍ମ ଦେବା ପରେ ଶିଶୁଟିକୁ ଛାଡ଼ି ଚାଲିଯାଇଛି, ତାହା ଜଣାପଡ଼ିନଥିବାବେଳେ, ରୂପସା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.