Latest Odisha News

BREAKING NEWS

Mohammed Mokim: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ: ମୋକିମ

କଟକ: ଗଣମାଧ୍ୟମକୁ ଆଜି ବଡ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ସେ କହିଛନ୍ତି ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ରାଜ୍ୟରେ ଅନେକ ଉଦୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି । ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏକ ବିକଳ୍ପ ର ଆବଶ୍ୟକତା ରହିଛି ।

ମୋକିମ କହିଛନ୍ତି, ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି, ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି । ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛୁ, କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ, କିଏ ନା କିଏ ଏହାକୁ ପୂରଣ କରିଥାନ୍ତି ।

କଂଗ୍ରେସ ହାଇକମାଣ୍ଡଙ୍କୁ ଟାର୍ଗେଟ କରି ସେ ବର୍ଷିଛନ୍ତି । କହିଛନ୍ତି, ପିସିସି ସଭାପତି ପଦ ବାରମ୍ବାର ପରିବର୍ତ୍ତନ ହେବା କାରଣରୁ ଭୋଟ ପ୍ରତିଶତ କମିଛି । କମଳ ନାଥ ଓଡ଼ିଶା ଆସି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଅତୀତ କହିଥିଲେ । ସେତେବେଳେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଗଲା । ସେବେଠାରୁ ହିଁ କଂଗ୍ରେସର ଡାଉନଫଲ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ସେହି କ୍ଷତିରୁ ଉଠି ପାରୁନାହିଁ କଂଗ୍ରେସ ।

ଜାନକୀ ବାବୁ ଆଦର୍ଶରେ କଂଗ୍ରେସ ଦଳ ଚାଲିବା ଆବଶ୍ୟକ, କିନ୍ତୁ ଏହି ଆଦର୍ଶରେ କଂଗ୍ରେସ ଦଳର କୌଣସି ନେତା ଚାଲିବାର ଆନ୍ତରିକତା ମୋତେ ଦେଖାଯାଉନାହିଁ ବୋଲି ମୋକିମ କହିଛନ୍ତି ।

Leave A Reply

Your email address will not be published.